ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ତୃତୀୟ ସମନ ପଠାଇଲା ଇଡି
ଦିଲ୍ଲୀ :ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗତକାଲି (ଡ଼ିସେମ୍ବର୨୧)ରେ ଇଡ଼ିରେ ହାଜର ହୋଇଥାନ୍ତେ, କିନ୍ତୁ ଇଡ଼ିର ନୋଟିସକୁ ଏଡ଼ାଇ ସେ ଦ୍ୱିତୀୟ ଥର ମଧ୍ୟ ହାଜର ହେଲେନି ଇଡିରେ । ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଜେରା ପାଇଁ ତାଙ୍କୁ ଡ଼ିସେମ୍ବର୨୧ରେ ହାଜର ହେବାକୁ ସମନ କରିଥିଲା ଇଡି । ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏଥର ବି କେନ୍ଦ୍ରୀୟ ସଂସ୍ଥାରେ ହାଜର ହୋଇନାହାନ୍ତି ।

ଆଉ ଆଜି ସେ ହାଜର ନ ହେବାରୁ ପୁଣି ଥରେ ତୃତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ପଠାଇଛି । କେଜ୍ରିୱାଲଙ୍କ ପାଖକୁ ପଠାଯାଇଥିବା ତୃତୀୟ ସମନରେ ଜାନୁଆରି ୩ରେ ତାଙ୍କୁ ହାଜର ହେବାକୁ କହିଛି ଇଡି । ଜାନୁଆରୀ ୩ ତାରିଖ ସକାଳ ୧୦:୩୦ ରୁ ୧୧ ଟା ମଧ୍ୟରେ ଇଡି ମୁଖ୍ୟାଳୟରେ ପଚରାଉଚରା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ ଜାରି କରି କହିଛି । ଏହାପୂର୍ବରୁ ଦୁଇଥର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇଡ଼ି ସମନ କରି ସାରିଛି ।
ଏହା ପୂର୍ବରୁ ଇଡି ପ୍ରଥମ ଥର ନଭେମ୍ବର ୨ରେ ହାଜର ହେବାକୁ ତାଙ୍କୁ ନୋଟିସ୍ ପଠାଇଥିଲା । ହେଲେ ପାଞ୍ଚ ରାଜ୍ୟରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ଦର୍ଶାଇ କେଜ୍ରିୱାଲ ହାଜର ହୋଇନଥିଲେ । ସେ କେନ୍ଦ୍ରୀୟ ସଂସ୍ଥାକୁ ଚିଠି ଲେଖି ତାଙ୍କ ବିରୋଧରେ ନୋଟିସକୁ ବେଆଇନ କହିଥିଲେ । (ଡିସେମ୍ବର ୧୮)ରେ ଇଡି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଦ୍ୱିତୀୟ ସମନ ପଠାଇ ଡିସେମ୍ବର ୨୧ରେ ପଚରାଉଚରା ପାଇଁ ହାଜର ହେବାକୁ କହିଥିଲା । ହେଲେ ସେ ଅଧିକାରୀଙ୍କ ନିକଟରେ ହାଜର ନହେବାକୁ ସ୍ଥିର କରି ୧୦ଦିନିଆ ବିପାସନା ଧ୍ୟାନ ଶିବିରକୁ ଯାଇଥିଲେ ।












Click it and Unblock the Notifications