ବଢ଼ିଲା ଫାରୁକ୍ ଅବଦୁଲ୍ଲାଙ୍କ ଅଡ଼ୁଆ, ଇଡି ପଠାଇଲା ନୋଟିସ

ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଆଜି ଇଡି ସମନ କରିଛି । ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏଶନ ସ୍କାମରେ ଜଡିତ ଅର୍ଥ ହେରଫେର ମାମଲାରେ ତାଙ୍କୁ ଇଡି ସମନ ଜାରି କରିଛି ।

 Farooq Abdullah

୮୬ ବର୍ଷୀୟ ଫାରୁକ ଏବେ ଶ୍ରୀନଗରର ଲୋକସଭା ସଦସ୍ୟ ରହିଛନ୍ତି। ତାଙ୍କୁ ସମାନ ମାମଲାରେ ଗତ ମାସରେ ମଧ୍ୟ ଇଡି ସମନ କରିଥିଲା। କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେ ଇଡି ନିକଟରେ ହାଜର ହୋଇ ନଥିଲେ। ତେଣୁ ତାଙ୍କୁ ପୁଣିଥରେ ଶ୍ରୀନଗର ଇଡି ଅଫିସରେ ହାଜର ହେବାକୁ ସମନ କରାଯାଇଛି ।

ଚାର୍ଜସିଟରେ କୁହାଯାଇଛି , ଫାରୁକ ଅବଦୁଲ୍ଲା ଅଧ୍ୟକ୍ଷ ରହିଥିବା ସମୟରେ ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏଶନର ପଦାଧିକାରୀ ତଥା ଅନ୍ୟ ଲୋକଙ୍କ ଖେଳର ବିକାଶ ନାମରେ ମିଳିଥିବା ଫଣ୍ଡକୁ ବ୍ୟକ୍ତିଗତ ଲାଭ ପାଇଁ ବ୍ୟବହାର କରିଥିଲେ। ଏହି ପାଣ୍ଠି ଅନେକ ଘରୋଇ ବ୍ୟାଙ୍କ ଆକାଉଣ୍ଟ ଏବଂ ଘନିଷ୍ଠ ସମ୍ପର୍କୀୟଙ୍କୁ ପଠାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+