ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଇଡି ସମନ
Arvind Kejriwal ED Summon: ଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ସପ୍ତମ ଥର ସମନ ପଠାଇଛି । ଇଡି ତାଙ୍କୁ ଗୁରୁବାର ଅର୍ଥାତ୍ ଫେବ୍ରୁଆରୀ 22ରେ ଏକ ସମନ ଜାରି କରି ଫେବ୍ରୁଆରୀ 26ରେ କେନ୍ଦ୍ରୀୟ ଏଜେନ୍ସିରେ ହାଜର ହେବାକୁ କହିଛି । ତେବେ ଦିଲ୍ଲୀ ଅବକାରୀ ନୀତି ମାମଲା ସହ ଜଡିତ ମନି ଲଣ୍ତରିଂ ଅଭିଯୋଗରେ ଇଡି ଆମ୍ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପଚାରଉଚରା କରିବାପାଇଁ ସମନ ଜାରି କରିଛି ।

ଏହାପୂର୍ବରୁ କେଜ୍ରିୱାଲଙ୍କୁ ସୋମବାର, 19 ଫେବୃଆରୀ 2024ରେ ଇଡିରେ ହାଜର ହେବାକୁ ଯାଉଥିଲା ହେଲେ ସେ ହାଜର ହୋଇନଥିଲେ। ବର୍ତ୍ତମାନ ସୁଦ୍ଧା କେଜ୍ରିୱାଲଙ୍କୁ ୭ଟି ସମନ ପଠାଯାଇ ସାରିଲାଣି । ହେଲେ ସେ ହାଜର ହୋଇ ନାହାଁନ୍ତି । ସମସ୍ତ ସମନକୁ କେଜ୍ରିୱାଲ ବେଆଇନ ଏବଂ ରାଜନୈତିକ ଷଡଯନ୍ତ୍ର ବୋଲି କହି ଏଡାଇ ଦେଉଛନ୍ତି ।
ତେବେ ବାରମ୍ବାର ସମନ ପଠାଯିବା ସତ୍ତ୍ୱେ କେଜ୍ରିୱାଲ ଇଡିରେ ହାଜର ହେଉ ନାହାଁନ୍ତି ଯାହାକୁ ନେଇ ଇଡି କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ 17 ଫେବ୍ରୁଆରୀରେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଉପସ୍ଥିତ ନ ହୋଇ ଭିଡିଓ କନଫରେନ୍ସି ଜରିଆରେ ସେ କୋର୍ଟରେ ହାଜର ହୋଇଥିଲେ ।
କେଜ୍ରିୱାଲ ବିଧାନସଭାରେ ଆସ୍ଥା ଭୋଟରେ ବ୍ୟସ୍ତି ଥିବା ଦର୍ଶାଇ କୋର୍ଟରେ ହାଜର ହୋଇନଥିଲେ ଏବଂ ଆଉ ଏକ ନୂଆ ତାରିଖ ମାଗିଥିଲେ । ଯାହା ପରେ କୋର୍ଟ ପକ୍ଷରୁ ତାଙ୍କୁ ମାର୍ଚ୍ଚ 16 ତାରିଖର ହାଜର ହେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା । ତେବେ ଏଥର ଇଡିର ସପ୍ତମ ସମରେ ଉତ୍ତରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହାଜର ହେଉଛନ୍ତି ନା ନାହିଁ ତାହା ଉପରେ ରହିଛି ସମସ୍ତଙ୍କ ନଜର। ଫେବ୍ରୁଆରୀ 14 ତାରିଖରେ କେଜ୍ରିୱାଲଙ୍କୁ ଇଡି ପକ୍ଷରୁ ଷଷ୍ଠ ସମନ ଜାରି କରାଯାଇଥିଲା ।












Click it and Unblock the Notifications