ମହୁଆଙ୍କୁ ପୁଣି ଇଡି ପଠାଇଲା ନୋଟିସ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ : ଟିଏମସି ନେତା ମହୁଆ ମୋଇତ୍ରାଙ୍କ ସମସ୍ୟା ଥମିବାର ନାଁ ଧରୁନି । ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ (ଫେମା) ଉଲ୍ଲଂଘନ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପୁଣିଥରେ ମହୁଆ ମେଇତ୍ରାଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ କରାଯାଇଛି । ମାର୍ଚ୍ଚ ୨୮ ରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ମହୁଆଙ୍କୁ ପଚରାଉଚରା ପାଇଁ ଇଡ଼ି ନୋଟିସ ପଠାଇଛି ।
କେବଳ ମହୁଆ ନୁହଁନ୍ତି ଦର୍ଶନ ହିରାନନ୍ଦାନୀଙ୍କୁ ଇଡି ନୋଟିସ ମଧ୍ୟ ପଠାଇଛି । ଏହା ପୂର୍ବରୁ 'ଫେମା' ମାମଲାରେ ପଚରା ଉଚରା ପାଇଁ ହୀରାନନ୍ଦାନୀ ଗ୍ରୁପର ପ୍ରମୋଟର୍ସ ନିରଞ୍ଜନ ହୀରାନନ୍ଦାନୀ ଓ ତାଙ୍କ ପୁଅ ଦର୍ଶନ ହୀରାନନ୍ଦାନୀଙ୍କୁ ଫେବୃଆରୀ ମାସରେ ଇଡି ନୋଟିସ କରିଥିଲା । ଏହାକୁ ନେଇ ହୀରାନନ୍ଦାନୀ କହିଛନ୍ତି କି ତାଙ୍କ ଉପରେ ଫେମା ମାମଲାରେ ୧୬ ବର୍ଷ ତଳେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ଏପର୍ଯ୍ୟନ୍ତ ତାଙ୍କୁ ୪୨ ଥର ଜେରା କରାଗଲାଣି ।
ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ରାଙ୍କ ଉପରେ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ପରାମର୍ଶରେ ସଂସଦରେ ପ୍ରଶ୍ନ ପଚାରିବା ନେଇ ବିଜେପି ତରଫରୁ ଅଭିଯୋଗ ହୋଇଥିଲା । ଏଥିରେ କୁହାଯାଇଥିଲା କି ବ୍ୟବସାୟୀଙ୍କ ଠାରୁ ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରୁଥିଲା ମହୁଆ ।

ଇଡି ଫୋମା ର ନିୟମ ଅନୁଯାୟୀ ମହୁଆଙ୍କ ବିବୃତ୍ତି ରେକର୍ଡ କରିବାକୁ ଚାହୁଁଛି । ମହୁଆଙ୍କ ବିରୋଧରେ ଏନଆରଇ ଖାତା ସମ୍ବନ୍ଧୀୟ କାରବାରର ଅନୁସନ୍ଧାନ କରାଯାଉଛି । ଏହା ବ୍ୟତୀତ ବିଦେଶକୁ ଟଙ୍କା ପଠାଇବାର ଅନ୍ୟ କେତେକ ମାମଲା ମଧ୍ୟ ଅନୁସନ୍ଧାନ କରାଯାଉଛି ।
ସୂଚନାଯୋଗ୍ୟ ଯେ ବିଜେପି ସାଂସଦ ନିଶିକାନ୍ତ ଦୁବେ ମହଆଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ । ନିଶିକାନ୍ତ କହିଥିଲେ ଯେ ମହୁଆ ବ୍ୟବସାୟୀ ହିରାନନ୍ଦାନୀଙ୍କଠାରୁ ମହଙ୍ଗା ଉପହାର ଏବଂ ଟଙ୍କା ନେଇ ଆଦାନୀ ଗ୍ରୁପ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିବାକୁ ଲୋକସଭାରେ ପ୍ରଶ୍ନ ପଚାରିଥିଲେ ।












Click it and Unblock the Notifications