ଦିଲ୍ଲୀ ମଦ ଦୁର୍ନୀତି ମାମଲା: ତିହାର୍ ଜେଲ୍ ଭିତରେ ସିସୋଦିଆଙ୍କୁ ଜେରା କରୁଛି ଇଡି

ଆଜି ଆପ୍ ନେତା ମନୀଷ ସିସୋଦିଆଙ୍କୁ ପଚରାଉଚରା କରିବା ପାଇଁ ଇଡିର ଏକ ଟିମ୍ ତିହାର ଜେଲରେ ପହଞ୍ଚିଛି । ପ୍ରଥମ ଥର ପାଇଁ ଅବକାରୀ ନୀତି ଦୁର୍ନୀତି ମାମଲାର ସିସୋଦିଆଙ୍କୁ ଜେରା କରିବ ଇଡିର ୩ ଜଣିଆ ଟିମ୍ ।

manish sisodia

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ଆଜି ଆପ୍ ନେତା ମନୀଷ ସିସୋଦିଆଙ୍କୁ ପଚରାଉଚରା କରିବା ପାଇଁ ଇଡିର ଏକ ଟିମ୍ ତିହାର ଜେଲରେ ପହଞ୍ଚିଛି । ପ୍ରଥମ ଥର ପାଇଁ ଅବକାରୀ ନୀତି ଦୁର୍ନୀତି ମାମଲାର ସିସୋଦିଆଙ୍କୁ ଜେରା କରିବ ଇଡିର ୩ ଜଣିଆ ଟିମ୍ । ମନୀଷ ସିସୋଦିଆଙ୍କୁ ଦିଲ୍ଲୀ କୋର୍ଟ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ମାର୍ଚ୍ଚ ୧୦ ତାରିଖରେ ତାଙ୍କ ଜାମିନ ଶୁଣାଣି ହେବ।

ସୂଚନା ଅନୁସାରେ,ଆପ୍ ନେତାଙ୍କୁ ଜେଲରେ ପଚରାଉଚରା କରିବା ପାଇଁ ଇଡି କୋର୍ଟରୁ ଅନୁମତି ନେଇଛି । ଆଜି ପଚରଚରା ପରେ ସିସୋଦିଆଙ୍କୁ ଇଡି ଗିରଫ କରିପାରେ ବୋଲି ମଧ୍ୟ ଖବର ରହିଛି । ମଦ ଦୁର୍ନୀତି ମାମଲାରେ ପୂର୍ବରୁ ଇଡି ଅରୁଣ ପିଲ୍ଲାଇଙ୍କୁ ଗିରଫ କରିସାରିଛି । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କରାଯାଇ ସରିଛି ।

ଇଡିର ଏହି ପଚରାଉଚରାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ସିସୋଦିଆ ବିଦ୍ୟାଳୟଗୁଡ଼ିକୁ ନବୀକରଣ କରିଛନ୍ତି । ସିସୋଦିଆ ଗରିବ ଲୋକଙ୍କୁ ଶିକ୍ଷା ଦେଇଥିଲେ। ମନୀଷ ଏବଂ ସତ୍ୟେନ୍ଦ୍ର ଦେଶ ପାଇଁ ମଧ୍ୟ ନିଜ ଜୀବନ ଦେଇପାରନ୍ତି। କେଜ୍ରିୱାଲ ଆହୁରି କହିଛନ୍ତି, ଦେଶର ପ୍ରଧାନମନ୍ତ୍ରୀ ଯେଉଁମାନେ ଦେଶକୁ ଲୁଟୁଛନ୍ତି ସେମାନଙ୍କୁ ସମର୍ଥନ କରୁଛନ୍ତ, ସାଧାରଣ ଲୋକଙ୍କ ପାଇଁ କାମ କରିବା ପାଇଁ କେହି ଚାହୁଁନାହଁନ୍ତି । ମୁଁ ହୋଲି ଦିନ ସାରା ଦେଶ ପାଇଁ ପ୍ରାର୍ଥନା କରିବି...

ସୂଚନାଥାଉ ଯେ, ସିବିଆଇ ଦ୍ୱାରା ଗିରଫ ହେବା ପରେ ସିସୋଦିଆ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେ ଦିଲ୍ଲୀ ଶିକ୍ଷା ବିଭାଗକୁ ମିଶାଇ ୧୯ଟି ବିଭାଗର ଦାୟିତ୍ୱରେ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+