Delhi Excise Policy Case: ପୁଣି ହାଇକୋର୍ଟ ଦ୍ୱାରସ୍ତ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

Delhi CM Arvind Kejriwal: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ଇଡିର ସମନକୁ ବେଆଇନ ଦର୍ଶାଇ କେଜରିୱାଲ ପୂର୍ବରୁ ହାଇକୋର୍ଟରେ ପହଞ୍ଚିଥିଲେ । ବର୍ତ୍ତମାନ ସେ, ଦିଲ୍ଲୀ ଲିକର ପଲିସି ମାମଲାରେ ଅନ୍ତରିଣ ସୁରକ୍ଷା ଦାବି କରି ସେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି।

Arvind Kejriwal

ମଦ ନୀତି ମାମଲାର ତଦନ୍ତରେ ସେ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ଦିଲ୍ଲୀ ସିଏମ ତାଙ୍କ ଆବେଦନରେ କହିଛି, କିନ୍ତୁ ଇଡି ତାଙ୍କୁ ଗିରଫ ନ ତରିବା ପାଇଁ ସେ ଦାବି କରିଛନ୍ତି । ଏହି ମାମଲାରେ କେଜ୍ରିୱାଲଙ୍କୁ ଗୁରୁବାର ଦିନ ନବମ ଥର ପାଇଁ ସମନ ଜାରି କରିଛି ଇଡି ।

ଅରବିନ୍ଦ କେଜ୍ରିୱାଲ ଇଡିର ସମସ୍ତ ସମନକୁ କୋର୍ଟରେ ଚ୍ୟାଲେଞ୍ଜ୍ କରିଛନ୍ତି । ୨୦ ମାର୍ଚ୍ଚରେ ଏହି ମାମଲାର ଶୁଣାଣି ହୋଇଥିଲା ଏବଂ ଏହାର ପରବର୍ତ୍ତି ଶୁଣାଣି ଏପ୍ରିଲ ୨୨ ତାରିଖରେ ଧାର୍ଯ୍ୟ କରିଛନ୍ତି କୋର୍ଟ । ଜଷ୍ଟିସ୍ ସୁରେଶ କୁମାର ଏବଂ ଜଷ୍ଟିସ ମନୋଜ ଝାଙ୍କୁ ନେଇ ଗଠିତ ଖଣ୍ତପୀଠ କେଜରିୱାଲଙ୍କୁ ସପ୍ରାହ ମଧ୍ୟରେ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଦିଲ୍ଲୀ ଲିକର ପଲିସି ମାମଲାରେ ଇଡି ମାଧ୍ୟମରେ ଗିରଫ ହେବାର ଭୟ ରହିଛି ବୋଲି କେଜ୍ରିୱାଲ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସେ ଇଡି ଆଗରେ ହାଜର ହେବାକୁ ପ୍ରସ୍ତୁତ ହେଲେ ଯଦି ତାଙ୍କୁ ଗିରଫ ନ କରାଯାଏ କିମ୍ବା ତାଙ୍କ ବିରୋଧରେ କୌଣସି ଦଣ୍ଡବିଧାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତେବେ। କେଜ୍ରିୱାଲ ଆହୁରି କହିଛନ୍ତି, ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କୋର୍ଟରେ ଏକ ନିଶ୍ଚିତତା ଦେବା ଉଚିତ ଯେ ଯଦି ତାଙ୍କ ବିରୋଧରେ ଯଦି କୌଣସି ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ତେବେ ଇଡିରେ ହାଜର ହେବେ ।

ସୂଚନାଥାଉ ଯେ, ୨୦୨୧-୨୨ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତଦନ୍ତ ପାଇଁ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ୯ ଥର ସମର ଦାରି କରିବା ସତ୍ତ୍ୱେ ସେ ଏହା ଅଣଦେଖା କରିବା ଆସୁଛନ୍ତି । ଏହି ମାମଲାରେ ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂଙ୍କୁ ଇଜି ଗିରଫ କରିସାରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+