Get Updates
Get notified of breaking news, exclusive insights, and must-see stories!

ଛତିଶଗଡ଼ ମଦ ଦୁର୍ନୀତି: ଇଡି ଦାଖଲ କଲା ଚୂଡ଼ାନ୍ତ ଚାର୍ଜସିଟ୍, ୮୧ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ

ଛତିଶଗଡ଼ ଅବକାରୀ ବିଭାଗ ଦୁର୍ନୀତି ବା ମଦ ଘୋଟାଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ ରିପୋର୍ଟ ଦାଖଲ କରିଛି । ଚାର୍ଜସିଟରେ ଅଧିକ ୫୯ ଜଣ ଅଭିଯୁକ୍ତ ସହିତ ୮୧ ଜଣ ଅଭିଯୁକ୍ତ ସାମିଲ ଅଛନ୍ତି । ଇଡି ମଦ ଦୁର୍ନୀତି ମାମଲାରେ ୩୧୫ ପୃଷ୍ଠାର ସାରାଂଶ ସହିତ ୨୯,୮୦୦ ପୃଷ୍ଠାର ଦସ୍ତାବିଜ ଦାଖଲ କରିଛି । ଆର୍ଥିକ ନେଣଦେଣ, ସାମଗ୍ରୀ, କେଉଁ ମାଧ୍ୟମରୁ ଟଙ୍କା ନେଣଦେଣ ହୋଇଛି ଏବଂ ଅନ୍ୟାନ୍ୟ ଡିଜିଟାଲ ପ୍ରମାଣ ପତ୍ର ଚାର୍ଜସିଟରେ ଯୋଡ଼ା ଯାଇଛି ।

ଇଡିର ପକ୍ଷ ରଖୁଥିବା ଆଇନଜୀବୀ ସୌରଭ କୁମାର ପାଣ୍ଡେ ସୂଚନା ଦେଇଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନପୂର୍ବକ ପିଏମଏଲଏର ସ୍ୱତନ୍ତ୍ର ଅଦାଲତରେ ଇଡି ଚାର୍ଜସିଟ୍ ଦାଖଲ କରିଛି । ପ୍ରଥମେ ଏହି ମାମଲା ୨୨ ଜଣ ଅଭିଯୁକ୍ତଙ୍କ ନାମ ଜଡ଼ିତ ଥିଲା । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଗିରଫ କରାଯାଇଛି ।

ତଦନ୍ତ ପରେ ତାହାର ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଏଥିରେ ମୋଟ ୫୯ ଜଣଙ୍କ ନାମ ରହିଛି । ନୂତନ ଅଭିଯୁକ୍ତଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟର ତତ୍କାଲୀନ ଉପ-ସଚିବ ସୌମ୍ୟା ଚୌରାସିଆ, ପୂର୍ବତନ ଆଇଏଏସ୍ ଅଧିକାରୀ ନିରଞ୍ଜନ ଦାସ, ମଦ ଲାଇସେନ୍ସ ଧାରକ, ବିତରକ ଏବଂ ଅବକାରୀ ବିଭାଗ ଅଧିକାରୀମାନେ ସାମିଲ ଅଛନ୍ତି ।

ed

ଇଡି କହିଛି ଯେ ୨୦୧୯ରୁ ୨୦୨୨ ମଧ୍ୟରେ ମଦ ଦୁର୍ନୀତି ହୋଇଛି । ସେତେବେଳେ ରାଜ୍ୟର ଭୂପେଶ ବଘେଲଙ୍କ ସରକାର ଥିଲା । ପ୍ରାୟ ୩୫୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡ଼ିଛି । ଯେଉଁଥିରେ ରାଜ୍ୟ ରାଜସ୍ୱ ଗୁରୁତର ଭାବେ କ୍ଷତି ସହିଛି । ଏଥିରେ ଚଳିତ ବର୍ଷ ଜାନୁୟାରୀ ମାସରେ ଇଡି କଂଗ୍ରେସ ବିଧାୟକ ଏବଂ ପୂର୍ବତନ ଅବକାରୀ ମନ୍ତ୍ରୀ କବାସୀ ଲଖମା ଏବଂ ଜୁଲାଇରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟ ବଘେଲଙ୍କୁ ଗିରଫ କରିଥିଲା ।

ଲଖମା ଅଧିକରୁ ଅଧିକ ଲାଭ ଉଠାଇଛନ୍ତି । ସେହିପରି ଚୈତନ୍ୟ ଏହି ସିଣ୍ଡିକେଟରୁ ୧୦୦୦ କୋଟି ହେରଫେର୍ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଯେଉଁଥିରେ ସେ ୨୦୦-୨୫୦ କୋଟି ଟଙ୍କା ହାତେଇଥିଲେ । ସେହିପରି ରାୟପୁରର ପୂର୍ବତନ ମେୟର୍ ଏଜାଜ ଢେବରଙ୍କ ଭାଇ ଅନୱର୍ ଢେବର, ପୂର୍ବତନ ଆଇଏଏସ୍ ଅଧିକାରୀ ଅନିଲ ଟୁଟେଜା, ଇଣ୍ଡିଆନ ଟେଲିକମ୍ ସର୍ଭିସ୍ ଅଧିକାରୀ ଅରୁଣପତି ତ୍ରିପାଠୀ ଏବଂ ଅନ୍ୟ ଲୋକ ସାମିଲ ଅଛନ୍ତି । ଡିସେମ୍ବର ୨୨ରେ ଅର୍ଥ ନୈତିକ ଅପରାଧ ଶାଖା ଚୈତନ୍ୟ ବିରୋଧରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିସାରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+