ରବର୍ଟ ଭଦ୍ରାଙ୍କ ନାଁରେ ଇଡିର ଚାର୍ଜସିଟ୍

ରବର୍ଟ ଭଦ୍ରାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚାର୍ଜସିଟ୍‌ ଦାଖଲ କରିଛି। ଏହା ବ୍ୟତୀତ ଇଡି ରବର୍ଟ ଭଦ୍ରାଙ୍କ ୪୩ଟି ସଂପତ୍ତିକୁ ମଧ୍ୟ ଜବତ କରି ନେଇଛି, ଯାହାର ମୂଲ୍ୟ ପାଖାପାଖି ୩୬କୋଟି ଟଙ୍କା ଥିବା କୁହାଯାଇଛି। ଶିକୋହପୁର ଲ୍ୟାଣ୍ଡ ଡିଲ୍‌ କେସ୍‌ରେ ହିଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଇଡି ଶିକୋହପୁର ଲ୍ୟାଣ୍ଡ ଡିଲ୍ କେସ୍‌ରେ ହିଁ ଚାର୍ଜସିଟ୍‌ ଫାଇଲ କରିଛି। ଏହି ମାମଲାରେ ମନି ଲଣ୍ଡରିଂର ମଧ୍ୟ ଅଭିଯୋଗ ରହିଛି ଏବଂ ଏହାର ଯାଞ୍ଚ ପାଇଁ ହିଁ ଇଡିକୁ ଦାୟିତ୍ୱ ପ୍ରଦାନ କରାଯାଇ ଥିଲା। ଏହି ଚାର୍ଜସିଟ୍‌ରେ ରବର୍ଟ ଭଦ୍ରାଙ୍କ ବ୍ୟତୀତ ଆଇ କିଛି ଲୋକ ଏବଂ କମ୍ପାନୀର ନାଁ ମଧ୍ୟ ସାମିଲ ଅଛି। ଏହି ମାମଲା ଗୁରୁଗ୍ରାମ୍‌ର ଶେଖୋପୁରରେ ହୋଇଥିବା ଲ୍ୟାଣ୍ଡ ଡିଲ୍‌ର ଅଛି , ଯେଉଁଥିରେ ଡିଏଲଏଫ୍‌କୁ ଜମି ଟ୍ରାନ୍ସଫର କରାଯାଇ ଥିଲା।

Robert Vadra

ଏହି ମାମଲା ହରିୟାଣାର ମାନେସର-ଶିକୋହପୁରରେ ଏକ ଜମି ଚୁକ୍ତିନାମା ସହିତ ଜଡିତ ଅଟେ । ଯାହାକି ବର୍ତ୍ତମାନ ଗୁରୁଗ୍ରାମର ସେକ୍ଟର ୮୩ ଅବସ୍ଥିତ । ଏହି ଜମି ଚୁକ୍ତିନାମା ୨୦୦୮ ମସିହାରେ ସ୍କାଇଲାଇଟ୍ ହସପିଟାଲିଟି ପ୍ରାଇଭେଟ୍ ଲିମିଟେଡ୍ ନାମରେ କରାଯାଇଥିଲା। ପୂର୍ବରୁ ରବର୍ଟ ଏହି କମ୍ପାନୀର ନିର୍ଦ୍ଦେଶକ ଥିଲେ ।

ଓମକାରେଶ୍ୱର ପ୍ରପର୍ଟିଜ୍ ଠାରୁ ମାତ୍ର ୭.୫ କୋଟି ଟଙ୍କାରେ ୩.୫ ଏକର ଜମି କିଣାଯାଇଥିଲା। ସେତେବେଳେ କଂଗ୍ରେସ ସରକାର ଥିଲା ଏବଂ ଭୂପିନ୍ଦର ସିଂହ ହୁଡା ମୁଖ୍ୟମନ୍ତ୍ରୀ ଥିଲେ । କମ୍ପାନୀ ସେପ୍ଟେମ୍ବର ୨୦୧୨ ରେ ଏହି ଜମିକୁ ୫୮ କୋଟି ଟଙ୍କାରେ ଡିଏଲ୍ଏଫକୁ ବିକ୍ରି କରିଥିଲା । ପ୍ରକୃତରେ, ଏହି ମାମଲା ସେତେବେଳେ ଚର୍ଚ୍ଚାରେ ଆସିଥିଲା ଯେତେବେଳେ ୨୦୧୨ ରେ ଆଇଏଏସ୍ ଅଧିକାରୀ ଅଶୋକ ଖେମକା ଏହି ଜମି ଚୁକ୍ତିର ମ୍ୟୁଟେସନ୍ ବାତିଲ କରିଥିଲେ।

୧୪ ଜୁଲାଇରେ ଇଡି ରବର୍ଟ ଭାଦ୍ରାଙ୍କୁ ଦୀର୍ଘ ୫ ଘଣ୍ଟା ଧରି ଗୁଡ଼ାଇ ତୁଡ଼େଇ ଜେରା କରିଥିଲା । ଲଣ୍ଡନସ୍ଥିତ ଅସ୍ତ୍ରଶସ୍ତ୍ର ପରାମର୍ଶଦାତା ସଞ୍ଜୟ ଭଣ୍ଡାରୀଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲା ସମ୍ପର୍କରେ ଇଡି ଜେରା କରିଥିଲା । ମନି ଲଣ୍ଡ୍ରିଂ ନିବାରଣ ଆଇନ ଅନୁଯାୟୀ ତାଙ୍କର ବୟାନ ରେକର୍ଡ କରାଯାଇଥିଲା। ଜେରାବେଳେ ରବର୍ଟ ଭାଡ୍ରା ଅନେକ ମାମଲାରେ ଖୋଲାଖୋଲି ଉତ୍ତର ଦେଇ ନ ଥିବାରୁ ପୁଣି ଥରେ ଜେରା କରାଯାଇପାରେ । ସେହିପରି ସଂଜୟ ଭଣ୍ଡାରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହ ସମ୍ପର୍କ ସମ୍ପର୍କରେ ରବର୍ଟ ଭାଦ୍ରାଙ୍କଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିବା ଇଡି କହିଛି । ପୂର୍ବରୁ ଜୁନ୍ ମାସରେ ରବର୍ଟ ଭାଡ୍ରାଙ୍କୁ ଦୁଇଥର ପଚରାଉଚରା ପାଇଁ ସମନ କରାଯାଇଥିଲା। କିନ୍ତୁ ସେ ଅସୁସ୍ଥ ଥିବା କହି ସମନକୁ ସ୍ଥଗିତ ରଖିବାକୁ କହିଥିଲେ। ଏହା ବ୍ୟତୀତ ସେ ସ୍ଥାନୀୟ କୋର୍ଟର ଅନୁମତି ନେଇ ବିଦେଶ ଯିବେ ବୋଲି ମଧ୍ୟ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+