ଅତିଶି ଏବଂ ସୌରଭଙ୍କୁ ରିପୋର୍ଟ କରନ୍ତି ବିଜୟ ନାୟର, ଇଡିର ପଚରା ଉଚରା ବେଳେ କହିଲେ କେଜ୍ରିୱାଲ
ନୂଆଦିଲ୍ଲୀ: ତିହାର ଜେଲରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୧୫ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ରାଉଜ ଏଭିନ୍ୟୁ କୋର୍ଟ । ତେବେ କୋର୍ଟରେ ହାଜର ହେବା ପୂର୍ବରୁ କେଜ୍ରିୱାଲ କହିଥିଲେ, ପ୍ରଧାନମନ୍ତ୍ରୀ ଯାହା କରୁଛନ୍ତି, ତାହା ଠିକ୍ କରୁନାହାନ୍ତି । ଆଉ ଆଜି ଦିଲ୍ଲୀ ମଦ ନୀତି ଦୁର୍ନିତ ମାମଲାରେ ସୋମବାର (ଏପ୍ରିଲ ୧, ୨୦୨୪) ପ୍ରଥମ ଥର ପାଇଁ କୋର୍ଟ ରେ ସୌରଭ ଭରଦ୍ୱାଜ ଏବଂ ଆତିଶି ଙ୍କ ନାମ ଉଠୁଛି ।
ଯେତେବେଳେ ରାଉସ୍ ଆଭେନ୍ୟୁ କୋର୍ଟରେ ଇଡି ମନ୍ତ୍ରୀ ସୌରଭ ଭରଦ୍ୱାଜ ଏବଂ ଅତୀଶଙ୍କ ନାମ ଉଲ୍ଲେଖ କରିଥିଲା , ସେତେବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୋର୍ଟରେ ଚୁପ୍ ରହିଥିଲ ।ସୂଚନାନୁସାରେ ଶୁଣାଣି ସମୟରେ ଇଡି ଯେଉଁ ତଥ୍ୟ କୋର୍ଟକୁ ଦେଇଥିଲା ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଇଡି କୋର୍ଟରେ କହିଥିଲା ଯେ, ପଚରାଉଚରା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜର ୨ମନ୍ତ୍ରୀଙ୍କ ନାମ ଉଠାଇଥିଲେ । "ଅବକାରୀ ନୀତି ଦୁର୍ନୀତି ମାମଲାରେ ଅଭିଯୁକ୍ତ ଥିବା ବିଜୟ ନାୟାର ତାଙ୍କୁ ନୁହେଁ ବରଂ ଅତିଶି ମାର୍ଲେନା ଏବଂ ସୌରଭ ଭରଦ୍ୱାଜଙ୍କୁ ରିପୋର୍ଟ କରନ୍ତି ।

ବିଜୟ ନାୟାରଙ୍କ ସହ ତାଙ୍କର ସମ୍ପର୍କ ସୀମିତ ଥିଲା ବୋଲି କେଜ୍ରିୱାଲ କହିଥିବା କୋର୍ଟରେ ଦାବି କରିଥିଲା ଇଡି । ଏହି ସମୟରେ କେଜ୍ରିୱାଲ ଚୁପ ରହିଥିବାରୁ ଇଡି କରୁଥିବା ଦାବି ସତ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଏବେ ଅତିଶି ମାର୍ଲେନା ଏବଂ ସୌରଭ ଭରଦ୍ୱାଜଙ୍କ ନାମ ଆସିବା ପରେ ସେମାନେ ବି ଇଡିର ରାଡାରରେ ଆସିପାରନ୍ତି ବୋଲି କୁହାଯାଉଛି ।












Click it and Unblock the Notifications