ସମୀର ୱାନଖଡେଙ୍କ ବିରୋଧରେ ଇଡି ରୁଜୁ କଲା ମାମଲା
ED Case Against Sameer Wankhede: ଫେବୃଆରୀ 10 ତାରିଖରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମୁମ୍ବାଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାନଖଡେଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି । ସମୀର ୱାନଖଡେଙ୍କ ବିରୋଧରେ 'ମନି ଲଣ୍ଡରିଂ ଆକ୍ଟ' (PMLA ଆକ୍ଟ) ଅଧୀନରେ ଏକ ମାମଲା ରୁଜୁ ହୋଇଛି। ଏହି ମାମଲା ରୁଜୁ ହେବା ପରେ ଏବେ ଇଡି ପକ୍ଷରୁ ପଚରଉଚରା ଜାରି ଜାରି ରହିଛି ।

ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମଧ୍ୟ ଏହି ପ୍ରସଙ୍ଗରେ କିଛି ଲୋକଙ୍କୁ ପଚରାଉଚରା କରିଛି। ଯେଉଁମାନଙ୍କ ନିକଟକୁ ସମନ ପଠାଯାଇଛି, ସେମାନଙ୍କ ମଧ୍ୟରୁ କେତେକ ମଧ୍ୟ NCB ସହିତ ଜଡିତ । ତଦନ୍ତକାରୀ ସଂସ୍ଥା ଏହି ମାମଲାକୁ ନେଇ ଅନେକ ଲୋକଙ୍କୁ ପଚରାଉଚରା କରିବା ପାଇଁ ମୁମ୍ବାଇର ଇଡି କାର୍ଯ୍ୟାଳୟକୁ ଡାକିଥିବା ନେଇ ସୂଚନା ରହିଛି । ଡ୍ରଗ୍ସ ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରିବା ପରେ ସମୀର ୱାନଖଡେ ଲାଇମଲାଇଟକୁ ଆସିଥିଲେ ।
ଏହା ପୂର୍ବରୁ ମଇ 2023ରେ, ଆର୍ଯ୍ୟ ଖାନଙ୍କୁ ଡ୍ରଗ୍ସ ମାମଲାରେ ସମ୍ପୃକ୍ତ କରିବା ପାଇଁ 25 କୋଟି ଟଙ୍କା ଲାଞ୍ଚ ମାଗିଥିଲେ ଏଇ ଘଟଣାକୁ କେନ୍ଦ୍ର କରି ସିବିଆଇ ସମୀର ୱାନଖଡେ ଏବଂ ଅନ୍ୟ ଚାରିଜଣଙ୍କ ବିରୋଧରେ ଏଫଆଇଆର ଦାଖଲ କରିସାରିଛି । ଏହି ସମସ୍ତ ବ୍ୟକ୍ତି ଲାଞ୍ଚ ବାବଦରେ ପ୍ରଥମ କିସ୍ତି ଭାବରେ 50 ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। ଏଫ୍ଆଇଆର୍ ପଞ୍ଜିକରଣ କରିବା ପରେ ସିବିଆଇ 29 ଟି ସ୍ଥାନରେ ଚଢାଉ କରିଥିଲା ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications