ଆପ୍‌ ରାଜ୍ୟସଭା ସାଂସଦ ସଞ୍ଜୀବ ଅରୋରାଙ୍କ ଘରେ ପଶିଲା ଇଡି, ଚାଲିଛି ତନାଘନା

ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଡାର୍‌ରେ ଆମ୍‌ ଆଦମୀ ପାର୍ଟି ନେତା। ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୀବ ଅରୋରାଙ୍କ ଘରେ ପଶିଛି ଇଡି। ଠକେଇ ମାମଲାରେ ଆଜି ସକାଳୁ ଜାଲନ୍ଧର ସ୍ଥିତ ତାଙ୍କ ଘରେ ଚଢ଼ାଉ କରିଛି।

Sanjeev Arora

ଇଡି ସୂତ୍ରରୁ ପ୍ରକାଶ ଯେ, AAPର ରାଜ୍ୟସଭା ସାଂସଦ ସଞ୍ଜୀବ ଆରୋରା ଠକେଇ ମାଧ୍ୟମରେ ଜମି ହାତେଇ ନେଇଥିବା ଅଭିଯୋଗ ହୋଇଛି। ସଞ୍ଜୀବ ଆରୋରାଙ୍କର ନିଜର ବ୍ୟବସାୟ ଅଛି। ଜାଲିଆତି କରି ସେ ଜମି ବଣ୍ଟନ କରିଥିଲେ। ଏହି ମାମଲାରେ ଇଡି ଏହି ଚଢ଼ାଉ କରିଛି। ସଞ୍ଜୀବ ଆରୋରାଙ୍କ ବ୍ୟତୀତ ଜଣାଶୁଣା ବ୍ୟବସାୟୀ ହେମନ୍ତ ସୁଦଙ୍କ ଘରେ ମଧ୍ୟ ଇଡି ରେଡ୍ କରିଛି।

ଏହି ଚଢ଼ାଉ ଖବର ସାମ୍ନାକୁ ଆସିବା ପରେ ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଆପ୍ ନେତା ମନୀଷ ସିସୋଦିଆ ମୋଦି ସରକାରଙ୍କୁ କଡ଼ା ଟାର୍ଗେଟ୍‌ କରିଛନ୍ତି। ସେ ସୋଶାଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, 'ମୋଦିଜୀ ପୁଣି ଥରେ ଆଜି ନିଜର ତୋତା-ମୈନାଙ୍କୁ ଖୋଲା ଛାଡ଼ି ଦେଇଛନ୍ତି। ଆଜି ସକାଳୁ ଆପ୍‌ ସାଂସଦ ସଞ୍ଜୀବ ଅରୋରାଙ୍କ ଘରେ ରେଡ୍‌ ଚାଲିଛି। ଗତ ଦୁଇ ବର୍ଷ ମଧ୍ୟରେ ସେମାନେ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଚଢ଼ାଉ କରିଥିଲେ, ମୋ ଘରେ ରେଡ୍‌ କରିଥିଲେ, ସଞ୍ଜୟ ସିଂହଙ୍କ ଘରେ ଚଢ଼ାଉ କରିଥିଲେ, ସତ୍ୟେନ୍ଦ୍ର ଜୈନଙ୍କ ଘରେ ମଧ୍ୟ ଚଢ଼ାଉ କରିଥିଲେ। କେଉଁଠୁ ବି କୌଣସି ଜିନିଷ ମିଳିନଥିଲା। କିନ୍ତୁ ଗୋଟିଏ ପରେ ଗୋଟିଏ ନକଲି ମାମଲା ସୃଷ୍ଟି କରିବାରେ ସେମାନେ ସମ୍ପୂର୍ଣ୍ଣ ଭାବେ ଲାଗି ପଡିଛନ୍ତି।'

ସେ ଆହୁରି କହିଛନ୍ତି, 'ଆମ୍‌ ଆଦମୀ ପାର୍ଟିକୁ ଭାଙ୍ଗିବା ପାଇଁ ଏମାନେ ଯେକୌଣସି ସ୍ତରକୁ ଯାଇପାରନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ବି ଏମାନେ ଆମ ଆଦମୀ ପାର୍ଟିର ଲୋକଙ୍କୁ ଅଟକାଇ ପାରିବେ ନାହିଁ। ଆମେ ବିକ୍ରି ହେବୁ ନାହିଁ କି, ଡରିବୁ ନାହିଁ।'

କହିରଖୁ ଯେ, ପଞ୍ଜାବ ବିଧାନସଭା ନିର୍ବାଚନରେ ବିଜୟ ପରେ ଆମ୍ ଆଦମୀ ପାର୍ଟି ୫ଟି ରାଜ୍ୟସଭା ସାଂସଦଙ୍କ ନାମ ଚୂଡାନ୍ତ କରିଥିଲା। ସଞ୍ଜୀବ ଆରୋରା ସେମାନଙ୍କ ମଧ୍ୟରୁ ଜଣେ ଏବଂ ସେ ଲୁଧିଆନାର ଜଣେ ବଡ଼ ବ୍ୟବସାୟୀ ମଧ୍ୟ। ଏହା ସହିତ ଆରୋରା ମଧ୍ୟ କୃଷ୍ଣ ପ୍ରଣ ବ୍ରେଷ୍ଟ ଚାରିଟେବୁଲ୍ ଟ୍ରଷ୍ଟ ମଧ୍ୟ ଚଳାନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+