ଗିରଫ ହେଲେ କଂଗ୍ରେସ ବିଧାୟକ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ଗିରଫ ହେଲେ କଂଗ୍ରେସ ବିଧାୟକ । ଅବୈଧ ଖଣି ଖନନ ମାମଲାରେ ବନ୍ଧା ହୋଇଛନ୍ତି କଂଗ୍ରେସ ନେତା । ଗିରଫ ନେତାଜଣକ ହେଉଛନ୍ତି ହରିୟାଣାର ସୋନିପଥର କଂଗ୍ରେସ ବିଧାୟକ ସୁରେନ୍ଦ୍ର ପନୱର । ନିକଟରେ ବେଆଇନ ଖଣି ସମ୍ପର୍କିତ ଏକ ମାମଲାରେ ଇଡି ଟିମ ଯମୁନାନଗରର ବିଧାୟକ ସୁରେନ୍ଦ୍ର ପାନୱାର ଏବଂ ପୂର୍ବତନ ବିଧାୟକ ଦିଲବାଗ ସିଂଙ୍କ ଘରେ ଚଢାଉ କରିଥିଲା ।

ଚଳିତ ବର୍ଷ ଜାନୁୟାରୀରେ ଇଡି ଦ୍ୱାରା ୨୦ଟି ଜାଗାରେ ରେଡ କରାଯାଇଥିଲା । ଇଡି ପକ୍ଷରୁ ଯମୁନାନଗର ଅଞ୍ଚଳର ବିଭିନ୍ନ ସ୍ଥାନରେ ହୋଇଥିବା ରେଡ ବେଳେ ୫.୨୯ କୋଟି ନଗଦ ଟଙ୍କା, ୧୮୯ କୋଟି ମୂଲ୍ୟର ସୁନା, ଦୁଇଟି ଗାଡ଼ି ଓ ବହୁ ଡକ୍ୟୁମେଣ୍ଟ ଜବତ ହୋଇଛି । ଏହାବାଦ ଖଣି ପରିସରରୁ ଅବୈଧ ଅସ୍ତ୍ରଶସ୍ତ୍ର, ଗୋଳି ସହ ପ୍ରବଳ ମାତ୍ରାରେ ମଦ ଜବତ ହୋଇଥିଲା । ସେଠାରୁ ଇଡି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଇଥିଲା । ଯାହା ପରେ ଏବେ ସୁରେନ୍ଦ୍ର ପାନୱାରଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି ।












Click it and Unblock the Notifications