କଂଗ୍ରେସର ପୂର୍ବତନ ବିଧାୟକ ଧର୍ମ ସିଂହ ଛୋକ୍କରଙ୍କୁ ଗିରଫ କଲା ED,ଜାଣନ୍ତୁ କ'ଣ ରହିଛି ପୁରା ମାମଲା
ହରିୟାଣା କଂଗ୍ରେସର ପୂର୍ବତନ ବିଧାୟକ ଧର୍ମ ସିଂହ ଛୋକ୍କରଙ୍କୁ ଗିରଫ କରିଛି ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଛୋକ୍କରଙ୍କୁ ଦିଲ୍ଲୀରୁ ଗିରଫ କରିଛି । ପୂର୍ବତନ ବିଧାୟକ ଏବଂ ତାଙ୍କ କମ୍ପାନୀ ଦୀନଦୟାଲ ଆବାସ ଯୋଜନା ଅଧୀନରେ ପ୍ରାୟ ୧୫୦୦ କୋଟି ଟଙ୍କାର ମନି ଲଣ୍ଡରିଂ କରିଥିବା ଅଭିଯୋଗ ହୋଇଛି ।

ଧର୍ମ ସିଂହ ଛୋକ୍କର ହରିୟାଣାର ସମଲଖା ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ରହିଥିଲେ । ତାଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଜମି ଦୁର୍ନୀତି ଅଭିଯୋଗ ଆସିଥିଲା । ପୂର୍ବରୁ ମଧ୍ୟ, ଛୋକ୍କର ଏବଂ ତାଙ୍କ ପରିବାରଙ୍କ ଘରେ ଚଢାଉ କରାଯାଇଥିଲା । ବିପୁଳ ପରିମାଣର ଡକ୍ୟୁମେଣ୍ଟ ଓ ସନ୍ଦେହଜନକ କାରବାରର ପ୍ରମାଣ ମିଳିଥିଲା। ଗିରଫ ପରେ, ଧର୍ମ ସିଂହ ଛୋକ୍କରଙ୍କୁ କୋର୍ଟରେ ହାଜର କରାଯିବ ଯେଉଁଠାରେ ଇଡି ତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ । ଯାହାଫଳରେ ପଚରାଉଚରା ମାଧ୍ୟମରେ ସମଗ୍ର ନେଟୱାର୍କ ଏବଂ ଅନ୍ୟାନ୍ୟ ସହଯୋଗୀମାନଙ୍କ ବିଷୟରେ ସୂଚନା ସଂଗ୍ରହ କରାଯାଇପାରିବ।












Click it and Unblock the Notifications