କେଜ୍ରିୱାଲଙ୍କ ବିରୋଧରେ କୋର୍ଟରେ ହାଜର ହେଲା ଇଡି

ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ । ଇଡିର ବାରମ୍ବାର ସମନ ସତ୍ତ୍ୱେ ସେ ହଜାର ହୋିଇନଥିଲେ । ଯାହା ଫଳରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଇଡି । ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି କେଜ୍ରିୱାଲଙ୍କୁ ହାଜର ହେବାକୁ 5ଥର ସମନ କରି ସାରିଥିଲେ ମଧ୍ୟ ସେ ଏହାକୁ ଖାତିର କରି ନାହାନ୍ତି ।

Arvind Kejriwal

କିନ୍ତୁ ସେ ଥରେ ହେଲେ ବି ଜେରାର ସମ୍ମୁଖୀନ ହେବାକୁ ଇଡି ପାଖରେ ହାଜର ହୋଇ ନାହାନ୍ତି। ଶୁକ୍ରବାର କେଜ୍ରିୱାଲ ଇଡିର 5ମ ସମନକୁ ବେଖାତିର କରିଥିଲେ। ଏଥିପାଇଁ ଆଜି ଇଡି ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟର ଦ୍ୱାରସ୍ଥ ହୋଇଛି। ଫେବୃଆରୀ 7 ରେ ଏହି ମାମଲାର ଶୁଣାଣି କରିବେ କୋର୍ଟ।

ଏହା କୁହାଯାଉଛି ଯେ ଆଇପିସିର ଧାରା 174 ଅନୁଯାୟୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବିରୋଧରେ ଇଡି ଅଭିଯୋଗ କରିଛି। ଯେଉଁଥିରେ ଏହା ସ୍ପଷ୍ଟ ଭାବେ କୁହାଯାଇଛି ଯେ PMLA ର ଧାରା 50 ଅଧୀନରେ ହାଜର ନହେବା କାରଣରୁ ପୁନର୍ବାର ଅଭିଯୋଗ ଦାଖଲ ହେଉଛି | ଏକ୍ସାଇଜ୍ ପଲିସି ପ୍ରସଙ୍ଗରେ ନଭେମ୍ବର 2023 ଠାରୁ ଅରବିନ୍ଦ କେଜ୍ରିୱାଲଙ୍କୁ ପାଞ୍ଚ ଥର ଡକାଯାଇଛି। ତାଙ୍କୁ ଜାନୁଆରୀ 31 ରେ ଶେଷ ଥର ପାଇଁ ଡକାଯାଇଥିଲା ଏବଂ ଫେବୃଆରୀ 2 ରେ ପଚରାଉଚରା ପାଇଁ ହାଜର ହେବାକୁ କୁହାଯାଇଥିଲା, କିନ୍ତୁ ସେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+