ମାଫିଆ ଅତିକ୍ ଅହମ୍ମଦଙ୍କ ସହଯୋଗୀଙ୍କ ଘରେ ଇଡି ରେଡ୍, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ
ନୂଆଦିଲ୍ଲୀ:ସ୍ୱର୍ଗତ ମାଫିଆ ଅତିକ୍ ଅହମ୍ମଦଙ୍କ ସହ ଜଡିତ ଲୋକଙ୍କ ଘର ଉପରେ ଇଡି ଚଢାଉ । ଜାଞ୍ଚ ବେଳେ ଇଡି ନଗଦ ଟଙ୍କା,ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର, ଉପକରଣ ଏବଂ ଅନ୍ୟାନ୍ୟ ପ୍ରମାଣ ପତ୍ର ଜବତ କରିଥିବା ନେଇ ସୂଚନା ରହିଛି । କିଛି ଜଣାଶୁଣା ବିଲଡର୍ସ ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘର ସମେତ ଅଫିସରେ ମଧ୍ୟ ଚଢାଉ କରାଯାଇଛି । ବୁଧବାର-ଗୁରୁବାର ଦିନ ଇଡି ପ୍ରୟାଗରାଜ, ଲକ୍ଷ୍ନୌ ଏବଂ ଦିଲ୍ଲୀର 10 ଟି ସ୍ଥାନ ଚଢାଉ କରିଛି ।

ମନି ଲଣ୍ଡରିଂ ମାମଲାରେ ଇଡିର ଜାଞ୍ଚ
17.80 ଲକ୍ଷ ନଗଦ ଟଙ୍କା, ସମ୍ପତ୍ତି ବିକ୍ରୟ ଏବଂ କ୍ରୟ ସମ୍ବନ୍ଧୀୟ କାଗଜପତ୍ର, କମ୍ପାନୀ ଏବଂ ସଂସ୍ଥାଗୁଡ଼ିକର ଆର୍ଥିକ ଦଲିଲ, ବ୍ୟାଙ୍କ ଷ୍ଟେଟମେଣ୍ଟ, ମୋବାଇଲ୍ ଫୋନ୍, ଲାପଟପ୍ ଜବତ କରାଯାଇଛି । ଜବତ ହୋଇଥିବା ପ୍ରମାଣର ଫୋରେନସିକ୍ ଜାଞ୍ଚ ଇଡି ଦ୍ୱାରା କରାଯାଉଥିବା ନେଇ ସୂଚନା ରହିଛି ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜାଞ୍ଚ କରାଯାଉଛି
ଅତିକ୍ ଅହମ୍ମଦଙ୍କ ଏବଂ ତାଙ୍କ ପୁରା ଗ୍ୟାଙ୍ଗ ବିରୋଧରେ ଅପହରଣ, ନିର୍ଯାତନା ଏବଂ ଆକ୍ରମଣର ଅଭିଯୋଗ ହୋଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ଦ୍ୱାରା ପଞ୍ଜୀକୃତ କ୍ରାଇମ ଆରସି ଆଧାରରେ ଅତିକ୍ ଅହମ୍ମଦ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ମନି ଲଣ୍ଡରିଂ ଆକ୍ଟ, 2002ର ନିୟମ ଅନୁଯାୟୀ ଇଡି ତଦନ୍ତ ଆରମ୍ଭ କରିଛି ।
ଅନୁସନ୍ଧାନରୁ ସ୍ପଷ୍ଟ ହୋଇଛି ଯେ, 1989 ମସିହାରୁ ଅପରାଧିକ କାର୍ଯ୍ୟକଳାପରେ ଜଡିତ ଥିବା ଅତିକ୍ ଅହମ୍ମଦ ଓ ତାର ସହଯୋଗୀ ତଥା ଅନ୍ୟ ପରିବାର ସଦସ୍ୟଙ୍କ ନାମରେ ସରକାରୀ ତଥା ଅନ୍ୟ ଲୋକଙ୍କ ଜମି ରେଜିଷ୍ଟର ରହିଥିଲା । ଅତିକ୍ ଅହମ୍ମ ସମ୍ପତ୍ତି ଜବତ କରି ବିପୁଳ ଧନ ଅର୍ଜନ କରିଥିଲା ।
ସୂଚନାଥାଉ ଯେ, PMLA ର ଧାରା 17 (1) ଅନୁଯାୟୀ ଏପ୍ରିଲ 12 ଏବଂ 13 ରେ ଅତିକ ଅହମ୍ମଦଙ୍କ ବିଭିନ୍ନ ଘନିଷ୍ଠ ସହଯୋଗୀଙ୍କ ଘରେ ମଧ୍ୟ ସର୍ଚ୍ଚ କରାଯାଇଥିଲା, ଯାହାପରେ ନଗଦ 84.68 ଲକ୍ଷ ଟଙ୍କା, 60 ଲକ୍ଷ ଟଙ୍କା ସୁନା,2 କୋଟି ଟଙ୍କା ଜବତ କରାଯାଇଛି । ସେହିପରି ସୁନା ଏବଂ ହୀରା ଅଳଙ୍କାର ମଧ୍ୟ ଇଡି ଦ୍ୱାରା ଜବତ କରାଯାଇଛି । ଚଳିତ ବର୍ଷ ଏପ୍ରିଲ 15ରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅତିକ ଏବଂ ତାଙ୍କ ଭାଇ ଅଶରଫ ଅହମ୍ମଦଙ୍କୁ ହତ୍ୟା କରାଯାଇଥିଲା ।












Click it and Unblock the Notifications