ECଙ୍କ ବଡ଼ ଘୋଷଣା; ଗୋଟିଏ ଆପ୍‌ରେ ହେବ ସବୁ କାମ

ନିର୍ବାଚନ କମିଶନ ସୋମବାର ବିହାର ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ । ନଭେମ୍ୱର ୬ ଓ ୧୧ରେ ଭୋଟିଂ ହେବ । ନଭେମ୍ୱର ୧୪ରେ ଭୋଟ ଗଣତି ହେବ । ତେବେ ନିର୍ବାଚନ ଆୟୋଗ ଭୋଟରଙ୍କ ସୁବିଧା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ।

EC

ନିର୍ବାଚନ କମିଶନ ନିଜର ୪୦ ଭିନ୍ନ ଭିନ୍ନ ଆପକୁ ଯୋଡ଼ି ଏକ ୟୁନିଫାଇଡ୍ ପ୍ଲାଟଫର୍ମ ତିଆରି କରିଛନ୍ତି । ଏହାର ନାଁ ECINet ରଖାଯାଇଛି । ଏହି ପଦକ୍ଷେପ ଦ୍ୱାରା ମତଦାତାଙ୍କୁ ନିର୍ବାଚନ ପାଇଁ ଭିନ୍ନ ଭିନ୍ନ ଆପ୍ ଡାଉନଲୋଡ୍ କରିବାକୁ ପଡ଼ିବ ନାହିଁ, ବରଂ ଗୋଟିଏ ପୋର୍ଟାଲ୍ ଓ ଆପରେ ସବୁ କାମ ହୋଇପାରିବ ।

ECINet ଏକ ୟୁନିଫାଇଡ୍ ପ୍ଲାଟପର୍ମ, ଯେଉଁଥିରେ ମତଦାତାଙ୍କୁ ସମସ୍ତ ଜରୁରି ସେବା କେବଳ ଗୋଟିଏ କ୍ଲିକରେ ଉପଲବ୍ଧ ହେବ । ଭୋଟରଙ୍କୁ ଏହି ସବୁ ଲାଭ ମିଳିବ:

ଭୋଟର ପଞ୍ଜୀକରଣ ଫର୍ମ ପୂରଣ କରାଯାଇପାରିବ

ଫର୍ମ ଆବେଦନକୁ ଟ୍ରାକ୍ କରାଯାଇପାରିବ

ଭୋଟର କାର୍ଡରେ ତ୍ରୁଟି ସମ୍ବନ୍ଧୀୟ ଅଭିଯୋଗ କରାଯାଇପାରିବ

ମତାଦାତ ଭୋଟର ତାଲିକାରେ ନିଜ ନାଁ ଖୋଜିପାରିବେ

ଇ-ଭୋଟର କାର୍ଡ ଡାଉନଲୋଡ୍ କରାଯାଇପାରିବ

ବିଏଲଓଙ୍କ ସହିତ କଲ୍ ବୁକ୍ କରାଯାଇପାରିବ

ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସୁବିଧା ନିଆଯାଇପାରିବ

ନିର୍ବାଚନ ସହ ଜଡ଼ିତ ଲର୍ନିଂ ସାମଗ୍ରୀ ମିଳିପାରିବ

ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ବିଷୟରେ ସୂଚନା ମିଳିପାରିବ

ସଦ୍ୟତମ ନିର୍ବାଚନ ସମ୍ପର୍କରେ ସୂଚନା ମିଳିପାରିବ

ଆଦର୍ଶ ଆଚରଣ ସଂହିତାର ଉଲ୍ଲଂଘନ ବିଷୟରେ ଅଭିଯୋଗ କରାଯାଇପାରିବ

ମତଦାନ ବିଷୟରେ ଜାଣିପାରିବେ

ନିର୍ବାଚନ ଫଳାଫଳ ଏବଂ ଅନ୍ୟାନ୍ୟ ପରିସଂଖ୍ୟାନ ମିଳିପାରିବ

ଏହା ବ୍ୟତୀତ, ନିର୍ବାଚନ କମିଶନ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଭୋଟରମାନେ ଏବେ ମତଦାନ କେନ୍ଦ୍ର ବାହାରେ ସେମାନଙ୍କର ଫୋନ୍ ଜମା କରିପାରିବେ । ମତଦାନ କେନ୍ଦ୍ରଗୁଡ଼ିକ ୧୦୦% ୱେବକାଷ୍ଟ ହେବ । ପ୍ରାର୍ଥୀ ବୁଥ୍ କେବଳ ମତଦାନ କେନ୍ଦ୍ରର ୧୦୦ ମିଟର ମଧ୍ୟରେ ଅନୁମତି ଦିଆଯିବ । ରିୟଲ ଟାଇମ୍ ଭୋଟର ଟର୍ନଆଉଟ୍ ତଥ୍ୟ ମଧ୍ୟ ଉପଲବ୍ଧ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+