ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥର ନୂତନ ମାନଦଣ୍ଡ; ରେକର୍ଡ ୧୪୮ ଦିନରେ ୧୦୦ ନିୟୁତ ଟନ୍ ପଣ୍ୟ ଅପସାରଣ
ପୂର୍ବ ତଟ ରେଳପଥ (ଇକୋର) ଚଳିତ ଆର୍ଥିକ ବର୍ଷର ମାତ୍ର ୧୪୮ ଦିନ ମଧ୍ୟରେ ୧୦୦ ନିୟୁତ ଟନ୍ ପଣ୍ୟ ଅପସାରଣର ମାଇଲଖୁଣ୍ଟ ଅତିକ୍ରମ କରି, ପଣ୍ୟ ପରିବହନରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି | ଚଳିତ ଆର୍ଥିକ ବର୍ଷର ୨୬ ଅଗଷ୍ଟ ୨୦୨୫ ସୁଦ୍ଧା, ପୂର୍ବତଟ ରେଳପଥ ସଫଳତାର ସହିତ ୧୦୦.୫୫ ନିୟୁତ ଟନ୍ ପଣ୍ୟ ଅପସାରଣ କରିଛି, ଯାହା ଗତ ବର୍ଷର ସମାନ ସମୟ ତୁଳନାରେ 8% ପ୍ରଭାବଶାଳୀ ଅଭିବୃଦ୍ଧି ପଞ୍ଜିକୃତ କରି - ୭.୪୩ ନିୟୁତ ଟନ୍ ଅଧିକ ପଣ୍ୟ ଅପସାରଣ କରିପାରିଛି |
ରେଳ ମଣ୍ଡଳ ଗୁଡ଼ିକ ଦ୍ୱାରା ଯୋଗଦାନ:
• ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ: ୫୮.୧ ନିୟୁତ ଟନ୍
• ୱାଲଟିୟର ରେଳ ମଣ୍ଡଳ: ୨୫.୪୬ ନିୟୁତ ଟନ୍
• ସମ୍ବଲପୁର ରେଳ ମଣ୍ଡଳ: ୧୭ ନିୟୁତ ଟନ୍

ଏହି ମାଇଲଖୁଣ୍ଟ କେବଳ ପୂର୍ବତଟ ରେଳପଥର କାର୍ଯ୍ୟକ୍ଷମ ଦକ୍ଷତାକୁ ନୁହେଁ, ଭାରତର ଶିଳ୍ପ ଚାହିଦା ପୂରଣ ପାଇଁ ଏହାର ବର୍ଦ୍ଧିତ ପ୍ରତିବଦ୍ଧତାକୁ ମଧ୍ୟ ପ୍ରତିଫଳିତ କରେ। ଉଲ୍ଲେଖନୀୟ ଯେ, ଏହି ସଫଳତା ଆର୍ଥିକ ବର୍ଷ ୨୦୨୪-୨୫ (୧୬୦ ଦିନ) ତୁଳନାରେ ୧୨ ଦିନ ପୂର୍ବରୁ ଏବଂ ଆର୍ଥିକ ବର୍ଷ ୨୦୨୩-୨୪ (୧୭୧ ଦିନ) ତୁଳନାରେ ୨୩ ଦିନ ପୂର୍ବରୁ ହାସଲ କରାଯାଇଛି।
ପଣ୍ୟ ପରିବହନ ଏବଂ ବନ୍ଦର ସଂଯୋଗୀକରଣରେ ନିରନ୍ତର ଉନ୍ନତି ମାଧ୍ୟମରେ, ପୂର୍ବତଟ ରେଳପଥ ବିଭିନ୍ନ ଶିଳ୍ପରେ ଅତ୍ୟାବଶ୍ୟକ ସାମଗ୍ରୀର ଦ୍ରୁତ ଏବଂ ସୁଗମ ପରିବହନ ସୁନିଶ୍ଚିତ କରି ଭାରତର ଆର୍ଥିକ ଅଭିବୃଦ୍ଧିର ଦୃଢ଼ ଭିତ୍ତିସ୍ଥମ୍ଭ ହୋଇ ରହିଛି।












Click it and Unblock the Notifications