ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ସାପ୍ତାହିକ ଚଳାଚଳ ଦିନ ପରିବର୍ତ୍ତନ,ଏଣିକି ଶନିବାରେ ଚାଲିବ
ପରିବର୍ତ୍ତନ ହେଲା ବନ୍ଦେ ଭାରତର ବନ୍ଦ ରହିବା ତାରିଖ । ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଆଉ ଶନିବାର ଦିନ ବନ୍ଦ ରହିବନି । ଏହି ବାରକୁ ପରିବର୍ତ୍ତନ କରାଯାଇ ମଙ୍ଗଳବାର କରାଯାଇଛି । ଏଣିକି ଶନିବାର ବଦଳରେ ମଙ୍ଗଳବାର ବନ୍ଦ ରହିବ ବନ୍ଦେ ଭାରତ । ଆସନ୍ତା 7 ତାରିଖ ଶନିବାର ଠାରୁ଼ ପ୍ରତି ଶନିବାର ବନ୍ଦେ ଭାରତ ଟ୍ରେନ ଯାତ୍ରା କରିବ । ଏନେଇ ପୂର୍ବତଟ ରେଲଓ୍ବେ ପକ୍ଷରୁ ସୂଚନା ଜାରି କରାଯାଇଛି ।ଯାତ୍ରୀମାନଙ୍କୁ ସେହି ଅନୁସାରେ ସେମାନଙ୍କ ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି। ଅଧିକ ଅପଡେଟ୍ ପାଇଁ, ଯାତ୍ରୀମାନେ ପୂର୍ବତଟ ରେଳବାଇର ୱେବସାଇଟ୍ ଦେଖିପାରିବେ କିମ୍ବା ରେଳବାଇ ଅନୁସନ୍ଧାନ ସେବା ସହିତ ଯୋଗାଯୋଗ କରିପାରିବେ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

ଉଲ୍ଲେଖନୀୟ ଯେ, କୌଣସି ଷ୍ଟେସନରେ ଟ୍ରେନର ପୂର୍ବ ସମୟ ଏବଂ ନିର୍ଦ୍ଧାରିତ ରହଣିରେ କୌଣସି ପରିବର୍ତ୍ତନ ହୋଇନାହିଁ । ସଂଶୋଧିତ ସାପ୍ତାହିକ ଛୁଟି ଯାତ୍ରୀଙ୍କ ଚାହିଦା ଏବଂ ପରିଚାଳନାଗତ ଆବଶ୍ୟକତା ସହିତ ଭଲ ଭାବରେ ସମନ୍ୱୟ ରଖିବା ପାଇଁ ଲକ୍ଷ୍ୟ ରଖାଯାଇଛି ।












Click it and Unblock the Notifications