Get Updates
Get notified of breaking news, exclusive insights, and must-see stories!

ଲୋକସଭାରେ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ, ଜାଣନ୍ତୁ କେତେ ରହିବ GDP

Parliament Monsoon Session 2024: 2023-24 ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ଆର୍ଥିକ ବର୍ଷ ପାଇଁ ଲୋକସଭାରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିଛନ୍ତି। ସର୍ଭେ ଅନୁଯାୟୀ, 2024-25 ଆର୍ଥିକ ବର୍ଷରେ ଭାରତର ଜିଡିପି 6.5 - 7 ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର 4.5 ପ୍ରତିଶତ ହୋଇଥିବାବେଳେ 2025-26 ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର 4.1 ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଅର୍ଥନୈତିକ ସର୍ବେକ୍ଷଣରେ ଯାହା କିଛି ପରାମର୍ଶ ଦିଆଯାଇଛି ଅର୍ଥନୀତିକୁ ଉତ୍ସାହିତ କରିବା ପାଇଁ ବଜେଟରେ ଏହାର ଝଲକ ଦେଖିବାକୁ ମିଳିଥାଏ ।

Budget 2024

ରୋଜଗାର ସମ୍ବନ୍ଧରେ, ଅର୍ଥନୈତିକ ସର୍ଭେରେ କୁହାଯାଇଛି ଯେ ସେବା କ୍ଷେତ୍ର ହେଉଛି ସର୍ବାଧିକ ନିଯୁକ୍ତି ସୃଷ୍ଟି କରୁଥିବା କ୍ଷେତ୍ର। ଭିତ୍ତିଭୂମିକୁ ମଜବୁତ କରିବାକୁ ସରକାରଙ୍କ ଗୁରୁତ୍ୱ ହେତୁ ନିର୍ମାଣ କ୍ଷେତ୍ର ଦ୍ରୁତ ଗତିରେ ବିକାଶ କରୁଛି। ସର୍ଭେ ଅନୁଯାୟୀ, ନିର୍ମାଣ କ୍ଷେତ୍ରରେ ରୋଜଗାର ଅସଂଗଠିତ ଏବଂ ଦରମା ବହୁତ କମ୍, ତେଣୁ କୃଷି ଛାଡ଼ି ଶ୍ରମିକମାନଙ୍କ ପାଇଁ ନୂତନ ରୋଜଗାରର ସୁଯୋଗ ସୃଷ୍ଟି କରିବାର ଆବଶ୍ୟକତା ରହିଛି ।

ସର୍ବେକ୍ଷଣ ଅନୁଯାୟୀ, ଗତ ଦୁଇ ବର୍ଷ ଧରି ଖାଦ୍ୟ ସାମଗ୍ରୀରେ ଦରବୃଦ୍ଧି ସମଗ୍ର ବିଶ୍ୱ ପାଇଁ ଏକ ଚ୍ୟାଲେଞ୍ଜ ହୋଇ ରହିଛି। ଭାରତର କୃଷି କ୍ଷେତ୍ର ଖରାପ ପାଗର ଶିକାର ହୋଇଛି। ଜଳ ଭଣ୍ଡାରରେ ହ୍ରାସ ହେତୁ ଫସଲରେ କ୍ଷତି ହେବାରୁ ଖାଦ୍ୟ ଉତ୍ପାଦନରେ ହ୍ରାସ ଘଟାଇଥାଏ ଏବଂ ଏହି କାରଣରୁ ଖାଦ୍ୟ ସାମଗ୍ରୀର ବୃଦ୍ଧି ପାଉଛି । ଫଳାଫଳ ହେଲା 2022-23 ଆର୍ଥିକ ବର୍ଷରେ ଖାଦ୍ୟ ମୁଦ୍ରାସ୍ଫୀତି ହାର 6.6 ପ୍ରତିଶତ ଥିଲା, 2023-24 ଆର୍ଥିକ ବର୍ଷରେ ଏହା 7.5 ପ୍ରତିଶତକୁ ବୃଦ୍ଧି ପାଇଛି।

ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ କରୋନା ମହାମାରୀ, ବିଶ୍ୱରେ ଚିନ୍ତା, ସପ୍ଲାଇ ଚେନ୍ ଡିରେପସନ୍, ମୌସୁମୀ କାରଣରୁ ମୁଦ୍ରାସ୍ଫୀତିର ବୃଦ୍ଧି ଘଟିଛି। ଆନ୍ତର୍ଜାତୀୟ ଯୁଦ୍ଧ ଏବଂ ଖରାପ ପାଗ ହେତୁ ଖାଦ୍ୟ ସାମଗ୍ରୀ ମହଙ୍ଗା ହେଲା ଯେଉଁ କାରଣରୁ ଭାରତରେ ସାମଗ୍ରୀ ଏବଂ ସେବା ମହଙ୍ଗା ହୋଇଛି । କିନ୍ତୁ ପ୍ରଶାସନିକ ଏବଂ ମୁଦ୍ରା ନୀତି କାର୍ଯ୍ୟ ମାଧ୍ୟମରେ ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାରେ ସଫଳତା ହାସଲ କରାଯାଇଛି। 2022-23 ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର 6.7 ପ୍ରତିଶତରୁ 2023-24 ଆର୍ଥିକ ବର୍ଷରେ 5.4 ପ୍ରତିଶତକୁ ହ୍ରାସ କରିବାରେ ସଫଳତା ମିଳିଛି ।

ଅର୍ଥନୈତିକ ସର୍ବେକ୍ଷଣର ଉପସ୍ଥାପନା ପରେ ଅର୍ଥମନ୍ତ୍ରୀ ଜୁଲାଇ 24, 2024 ମଙ୍ଗଳବାର ଦିନ 2024-25 ଆର୍ଥିକ ବର୍ଷ ପାଇଁ ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିବେ। ଏହା କ୍ରମାଗତ ସପ୍ତମ ଥର ହେବ ଯେତେବେଳେ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ ।

ଅର୍ଥନୈତିକ ସର୍ଭେ ଦେଶର ଅର୍ଥନୀତିର ପୂରା ଚିତ୍ରକୁ ସ୍ପଷ୍ଟ କରିଥାଏ । ଏଥିରେ ଅର୍ଥବ୍ୟବସ୍ଥାର ସ୍ଥିତି, ସମ୍ଭାବନା ଏବଂ ନୀତିଗତ ଆହ୍ୱାନର ବିସ୍ତୃତ ତଥ୍ୟ ଦିଆଯାଇଥାଏ । ଇକୋନୋମିକ୍ ସର୍ଭେରେ ଗତ ଆର୍ଥିକ ବର୍ଷର ରୋଜଗାର, ଜିଡିପି, ମୁଦ୍ରାସ୍ଫୀତି ଏବଂ ବଜେଟ୍ ନିଅଣ୍ଟ ପରି ଗୁରୁତ୍ୱପୂର୍ଣ୍ଣ ଡାଟା ରହିଥାଏ । ଏହି ସବୁର ବ୍ୟାପକ ବିଶ୍ଲେଷଣ ମଧ୍ୟ ହୋଇଥାଏ, ତାହା ମଧ୍ୟ ସହଜ ଭାଷାରେ । ଚଳିତ ବର୍ଷର ଅର୍ଥନୈତିକ ସର୍ଭେ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭି.ଅନନ୍ତ ନାଗେଶ୍ୱରନଙ୍କ ନେତୃତ୍ୱାଧୀନ ଟିମ୍ ପ୍ରସ୍ତୁତ କରୁଛି ।

ଇକୋନୋମିକ୍ ସର୍ଭେରୁ ଗତ ଆର୍ଥିକ ବର୍ଷର ଆୟ-ବ୍ୟୟର ଚିଠା ମିଳିଥାଏ, ଏହାସହ ଆଗାମୀ ଆହ୍ୱାନର ଅନୁମାନ କରାଯାଇଥାଏ । ଏଥିରେ କେଉଁ-କେଉଁ ଫ୍ୟାକ୍ଟର, ଯାହା ଦେଶର ବିକାଶର ବାଧା ସୃଷ୍ଟି କରୁଛି ତାହା କୁହାଯାଇଥାଏ । ଏହାକୁ ଦୂର କରିବା ପାଇଁ କଣ କରାଯାଇ ପାରିବ ତାହା ମଧ୍ୟ ରହିଥାଏ । ଅର୍ଥନୈତିକ ସର୍ଭେ ଏହା ମଧ୍ୟ କହିଥାଏ ଯେ ଅର୍ଥବ୍ୟବସ୍ଥାର ଗତିକୁ ଦ୍ରୁତ କରିବା ପାଇଁ କେଉଁ ପଦକ୍ଷେପ ନିଆଯିବା ଦରକାର । ଏଥିରେ ଅଲଗା-ଅଲଗା ସେକ୍ଟର, ଯେପରି କୃଷି ଏବଂ ଅଟୋମୋବାଇଲର ଆହ୍ୱାନ ଏବଂ ସମ୍ଭାବନାର ଉଲ୍ଲେଖ କରାଯାଇଥାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+