BUDGET 2025: ବଜେଟ୍ ଅଧିବେଶନରେ ଆଗତ ହେବ ୧୬ ବିଲ୍; ଉପସ୍ଥାପିତ ହେବ ‘ଇକୋନୋମିକ୍ସ ସର୍ଭେ ରିପୋର୍ଟ
ଆଜିଠାରୁ (ଶୁକ୍ରବାର) ଆରମ୍ଭ ହେବାକୁ ଯାଉଛି ସଂସଦ ବଜେଟ୍ ଅଧିବେଶନ । ଆଜି ପୂର୍ବାହ୍ନରେ ମିଳିତ ଗୃହକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ ସହ ଗୃହକାର୍ଯ୍ୟ ଆରମ୍ଭ ହେବ । ପୂର୍ବାହ୍ନରେ 2024-25 ଆର୍ଥିକ ବର୍ଷର 'ଇକୋନୋମିକ ସର୍ଭେ ରିପୋର୍ଟ' ଆଗତ ହେବାକୁ ଥିବା ବେଳେ ଶନିବାର ଫବୃଆରୀ ପହିଲାରେ ଆର୍ଥିକ ବର୍ଷ 2025-26 ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ନୂତନ ବର୍ଷର ପ୍ରଥମ ଅଧିବେଶନ ହୋଇଥିବା କାରଣରୁ ଗଣତାନ୍ତ୍ରିକ ପରମ୍ପରା ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ଜଏଣ୍ଟ ସିଟିଂକୁ ସମ୍ବୋଧିତ କରିବେ । ଏହା ପରେ ବାଚସ୍ପତି ଲୋକସଭାର ପରିଚାଳନା ଭାର ଗ୍ରହଣ କରି ଗୃହକାର୍ଯ୍ୟ ଆଗକୁ ବଢାଇବେ । ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରସ୍ତାବରୁ ଗୃହ କାର୍ଯ୍ୟ ଆରମ୍ଭ ହେବ ।

ବସିଲା ସର୍ବଦଳୀୟ ବୈଠକ
ଅଧିବେଶନ ପୂର୍ବରୁ ଗତକାଲି ସଂସଦୀୟ ପରମ୍ପରା ଅନୁସାରେ, ସର୍ବଦଳୀୟ ବୈଠକ ବସିଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ସରକାର ଶୃଙ୍ଖଳିତ ଗୃହକାର୍ଯ୍ୟ ଓ ଫଳପ୍ରଦ ବିତର୍କ ପାଇଁ ବିରୋଧୀଙ୍କ ସହଯୋଗ ଲୋଡିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାକୁ ପର୍ଯ୍ୟାପ୍ତ ସମୟ ଦେବା ପାଇଁ ବିରୋଧୀ ଦଳମାନେ ଦାବି କରିଛନ୍ତି ।
ଆଗତ ହେବ 16 ବିଲ୍
ଅର୍ଥମନ୍ତ୍ରୀ ସୀତାରମଣ ପୂର୍ବାହ୍ନ 12ଟାରେ ଲୋକସଭାରେ ଏହି ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପିତ କରିବେ । ମଧ୍ୟାହ୍ନ ବିରତି ପରେ ଅପରାହ୍ନ 2ଟାରେ ଏହି ରିପୋର୍ଟ ଉଚ୍ଚସଦନ ରାଜ୍ୟସଭାରେ ଉପସ୍ଥାପିତ କରାଯିବ । ଏହି ବାର୍ଷିକ ଆର୍ଥିକ ରିପୋର୍ଟ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅର୍ଥନୀତି ବ୍ୟାପାର ବିଭାଗ ଦ୍ବାରା ପ୍ରସ୍ତୁତ ହୋଇଛି ।












Click it and Unblock the Notifications