Get Updates
Get notified of breaking news, exclusive insights, and must-see stories!

ନକଲି-ମୃତ ଭୋଟରଙ୍କୁ ଚିହ୍ନଟ ପାଇଁ ଏଆଇର ସାହାଯ୍ୟ ନେବ ECI

ନକଲି କିମ୍ବା ମୃତ ଭୋଟରଙ୍କୁ ବାଦ୍ ଦେବା ପାଇଁ ପଶ୍ଚିମବଙ୍ଗରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) ସମୟରେ ନିର୍ବାଚନ ଆୟୋଗ କୃତ୍ରିମ ବୁଦ୍ଧିମତା (ଏଆଇ) ଭିତ୍ତିକ ଯାଞ୍ଚ ବ୍ୟବସ୍ଥା ପ୍ରଚଳନ କରିବାକୁ ଯାଉଛନ୍ତି ବୋଲି ମଙ୍ଗଳବାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଭୋଟର ଡାଟାବେସରେ ଥିବା ଫଟୋଗ୍ରାଫ୍ ମଧ୍ୟରେ ଚେହେରାର ସାଦୃଶ୍ୟକୁ ବିଶ୍ଳେଷଣ କରି, ଏଆଇ ସିଷ୍ଟମ୍ ଏକାଧିକ ସ୍ଥାନରେ ପଞ୍ଜୀକୃତ ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିବ।

ଅଧିକାରୀ ଜଣକ କହିଛନ୍ତି, ଭୋଟରଙ୍କ ଫଟୋର ଅପବ୍ୟବହାର ନେଇ ଅଭିଯୋଗ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆମେ ଏଆଇର ସାହାଯ୍ୟ ନେଉଛୁ। ଏଆଇ-ସକ୍ଷମ ଫେସିଆଲ୍ ମ୍ୟାଚିଂ ଟେକ୍ନୋଲୋଜି ବ୍ୟବହାର କରାଯିବ। ଭୋଟର ତାଲିକାରେ ସମାନ ଫଟୋ ଏକାଧିକ ଥର ବ୍ୟବହାର ହୋଇଥିଲେ ତାହା ଧରାପଡ଼ିବ

ECI

ଭୋଟର ପଞ୍ଜୀକରଣ ସମୟରେ ପ୍ରବାସୀ ଶ୍ରମିକଙ୍କ ଫଟୋର ଅପବ୍ୟବହାର ଅଭିଯୋଗ ବୃଦ୍ଧି ପାଇବା ପରେ ଏହି ପଦକ୍ଷେପ ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ତେବେ ଯାଞ୍ଚ ପ୍ରକ୍ରିୟାରେ ବୁଥ୍-ସ୍ତରୀୟ ଅଧିକାରୀ (ବିଏଲ୍ଓ) ପ୍ରମୁଖ ଭୂମିକା ଗ୍ରହଣ କରିବେ। ସେ କହିଛନ୍ତି, ଏଆଇ ଯାଞ୍ଚରେ ସାହାଯ୍ୟ କରିବ। କିନ୍ତୁ ଟେକ୍ନୋଲୋଜିର ବ୍ୟବହାର ସତ୍ତ୍ୱେ ବିଏଲ୍‌ଓଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ।

ସେମାନେ ଘରକୁ ଘର ବୁଲି ସିଧାସଳଖ ଭୋଟରଙ୍କ ଫଟୋ ଉଠାଇବେ। ଅଧିକାରୀ କହିଛନ୍ତି ଯେ, ବିଏଲ୍‌ଏମାନେ ଭୋଟରଙ୍କଠାରୁ ହସ୍ତଲିଖିତ ବିବୃତି ମଧ୍ୟ ଗ୍ରହଣ କରିବେ ଯାହା ନିଶ୍ଚିତ କରିବ ଯେ ଫର୍ମଗୁଡିକ ସେମାନଙ୍କ ଉପସ୍ଥିତିରେ ପୂରଣ କରାଯାଇଛି। କଠୋର ଉତ୍ତରଦାୟିତ୍ୱ ମାନଦଣ୍ଡ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ଗଣନା ଓ ଫର୍ମ ପୂରଣ ପରେ ଯଦି କୌଣସି ନକଲି କିମ୍ବା ମୃତ ଭୋଟର ଚିହ୍ନଟ ହୁଅନ୍ତି, ତେବେ ଏହାର ଦାୟିତ୍ୱ ସମ୍ପୃକ୍ତ ମତଦାନ କେନ୍ଦ୍ରର ବିଏଲ୍ଓଙ୍କ ଉପରେ ରହିବ ବୋଲି ସେ କହିଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+