Get Updates
Get notified of breaking news, exclusive insights, and must-see stories!

ଆଜି ECIଙ୍କ ପ୍ରେସ୍‌ମିଟ୍, ଆଜି ଘୋଷଣା ହୋଇପାରେ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳ ପାଇଁ ନିର୍ବାଚନ ତାରିଖ

ନିର୍ବାଚନ କମିଶନଙ୍କ ସାମ୍ବାଦିକ ସମ୍ମିଳନୀ । ରବିବାର ପ୍ରେସ୍ ମିଟ୍ କରିବେ ମୁଖ୍ୟ ନିର୍ବାଚନ କମିଶନ । ଏଥିରେ କମିଶନ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି । ଏହାସହ ବିଭିନ୍ନ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା କରାଯାଇପାରେ ।

କୁହାଯାଉଛି ଯେ, ରବିବାର ପଶ୍ଚିମବଙ୍ଗ ସମେତ ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯିବ । ଏଥିପାଇଁ କମିଶନ ସାମ୍ବାଦିକ ସମ୍ମିଳନୀ କରିବେ । ସନ୍ଧ୍ୟାରେ କମିଶନ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ।

ECI

ସୂତ୍ରାନୁସାରେ, ଚଳିତ ଥର କମ୍ ପର୍ଯ୍ୟାୟରେ ନିର୍ବାଚନ ସାରିବାକୁ କମିଶନ ଉଦ୍ୟମ କରୁଛନ୍ତି । ତାରିଖ ଘୋଷଣା ହେଲା ପରେ ସମସ୍ତ ରାଜ୍ୟରେ ଆଦର୍ଶ ଆଚରଣ ବିଦ୍ଧି ଲାଗୁ ହେବ ।

ସେହିପରି ୨୦୨୧ତୁଳନାରେ ଏଥର କମ୍ ପର୍ଯ୍ୟାୟରେ ମତଦାନହେବ। ଗତ ଥର ପଶ୍ଚିମବଙ୍ଗରେ୮ଟି ପର୍ଯ୍ୟାୟରେ ଭୋଟ୍ ଦାନ ହୋଇଥିଲା । କିନ୍ତୁ ଏଥର ଏହା ହ୍ରାସ ପାଇବ । ବିଭିନ୍ନ ବୁଥରେ କେନ୍ଦ୍ର ଅର୍ଧସାମରିକ ବାହିନୀ ମୁତୟନ ହେବେ । ମୁକ୍ତ ଏବଂ ଅବାଧ ନିର୍ବାଚନ ପ୍ରକ୍ରିୟା ସାରିବାକୁ କମିଶନ ଚେଷ୍ଟା କରିବେ ।

ଅନ୍ୟ ଦିଗରେ ଏହି ସବୁ ରାଜ୍ୟରେ ମତଦାତା ତାଲିକା ବାବଦରେ ଅଭିଯୋଗ କରିବା ନେଇ ତାରିଖ ଶେଷ ହୋଇଯାଇଛି । କମିଶନ ନିଜର ପ୍ରସ୍ତୁତିର ସମସ୍ତ ସମୀକ୍ଷା କରିଛନ୍ତି । ଏବେ କେବଳ ବିଧିବଦ୍ଧ ଭାବେ ତାରିଖ ଘୋଷଣା କରିବାକୁ ବାକି ରହିଛି । କାରଣ ନିର୍ବାଚନ ହେବାକୁ ଥିବା ରାଜ୍ୟର ବିଧାନସଭା୨୦୨୬ଜୁନରେ ଶେଷ ହେବ । ଏହାକୁ ଦେଖିଲେ ଆସନ୍ତା ଏପ୍ରିଲ କିମ୍ବା ମେ ମାସରେ ନିର୍ବାଚନ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+