ଇ.ସି.ଆଇ. ପକ୍ଷରୁ ଭୋଟିଂ ମେସିନ୍ ବ୍ୟବହାର ସମ୍ପର୍କରେ ବିଭିନ୍ନ ରାଜ୍ୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଭାରତୀୟ ନିର୍ବାଚନ ଆୟୋଗ ଇ.ସି.ଆଇ. ପକ୍ଷରୁ ନିର୍ବାଚନ ହେବାକୁ ଥିବା ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଏବଂ ଭିଭିପାଟ୍ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଆସାମ, କେରଳ, ପୁଡୁଚେରୀ, ତାମିଲନାଡ଼ୁ ଏବଂ ପଶ୍ଚିମବଙ୍ଗରେ ଭୋଟରମାନଙ୍କୁ ଇ.ଭି.ଏମ୍.ର ବ୍ୟବହାର ସମ୍ପର୍କରେ ସଚେତନତା କରିବା ଲାଗି ଏହିସବୁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା କୁହାଯାଇଛି ।
ଏହିସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଆୟୋଜିତ ଇ.ଭି.ଏମ୍. ବ୍ୟବହାର ସମ୍ପର୍କିତ ସିବିରରେ ଏକ ଲକ୍ଷ ୨୦ ହଜାର ଭୋଟର ଅଂଶଗ୍ରହଣ କରିଥିଲେ । ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ମୁଖ୍ୟାଳୟ ଏବଂ ରିଟର୍ଣ୍ଣିଂ ଅଫିସର୍ ଏବଂ ରାଜସ୍ୱ ସବ୍ଡିଭିଜନ୍ ମୁଖ୍ୟ କାର୍ଯ୍ୟାଳୟ ଠାରେ ଏହି ସିବିରର ଆୟୋଜନ କରାଯାଇଥିଲା ।

ଇ.ଭି.ଏମ୍. ଏବଂ ଭିଭିପାଟ୍ ମେସିନ୍ ସମ୍ପର୍କରେ ଭୋଟରମାନଙ୍କ ମଧ୍ୟରେ ଅଭିଜ୍ଞତା ପ୍ରଦାନ ଏବଂ ଆସ୍ଥା ବୃଦ୍ଧି କରିବା ଲାଗି ଏହି ଅଭିଯାନର ଲକ୍ଷ୍ୟ ରହିଥିବା ଇ.ସି.ଆଇ. ପକ୍ଷରୁ କୁହାଯାଇଛି । ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ଏବଂ ପରିଚାଳନାଗତ ତ୍ରୁଟି ସୁଧାରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।












Click it and Unblock the Notifications