ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ରହିଛି ଆନ୍ତର୍ଜାତିକ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମ-୨୦୨୫ ଆରମ୍ଭ
ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଫର୍ ଡେମୋକ୍ରାସି ଆଣ୍ଡ୍ ଇଲେକସନ୍ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନଠାରେ ଆନ୍ତର୍ଜାତିକ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମ -୨୦୨୫ ଆରମ୍ଭ ହୋଇଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା, ବେଲଜିୟମ, ଇଣ୍ଡୋନେସିଆ, ଫିଲିପାଇନ୍ସ, ଥାଇଲାଣ୍ଡ ଏବଂ କଲମ୍ବିଆ ଆଦି ୭ଟି ଦେଶର ମୋଟ ୧୪ ଜଣ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ବିହାର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନର ମତଦାନ ପ୍ରକ୍ରିୟା ଏହି ପ୍ରତିନିଧିମାନେ ତର୍ଜମା କରିବେ।

ଏହି ବିଦେଶ ପ୍ରତିନିଧି ମଣ୍ଡଳୀ ବିହାରକୁ ଦୁଇ ଦିନିଆ ଗସ୍ତରେ ଯିବେ ବୋଲି ଆୟୋଗ କହିଛନ୍ତି। ଉଦ୍ଘାଟନୀ ଅଧିବେଶନ ପ୍ରତିନିଧି ମଣ୍ଡଳୀଙ୍କୁ ଇଭିଏମ୍, ଭୋଟର ତାଲିକା ପ୍ରସ୍ତୁତି ଏବଂ ନିର୍ବାଚନ ପରିଚାଳନା ନେଇ ବିବରଣୀ ପ୍ରଦାନ କରାଯାଇଥିଲା। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ଅନ୍ୟତମ କମିଶନର ଡକ୍ଟର ବିବେକ ଯୋଶୀ ପ୍ରତିନିଧି ମଣ୍ଡଳୀ ସହ ଆଲୋଚନା କରିଛନ୍ତି। ବିଦେଶ ଏବଂ ଆନ୍ତର୍ଜାତୀୟ ସଂଗଠନର ନିର୍ବାଚନ ପରିଚାଳନା ସଂସ୍ଥା ସହିତ ସହଯୋଗ ଏବଂ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏହି ଆର୍ନ୍ତଜାତିକ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ।












Click it and Unblock the Notifications