ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

Lok Sabha Election 2024: ଲୋକସଭା ନିର୍ବାଚନ 2024 ତାରିଖ ଘୋଷଣା ପରେ ସମସ୍ତ ରାଜନୈତୀକ ଦଳର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି । ଆଜି ନାମାଙ୍କନ ଦାଖଲ ଏବଂ ପ୍ରାର୍ଥୀପତ୍ର ଯାଞ୍ଚ ନେଇ ସମ୍ପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ନିର୍ବାଚନ କମିସନ୍ । ତେବେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ୧୯ ଏପ୍ରିଲରେ ଭୋଟିଂ ହେବ ଯେଉଁଥି ପାଇଁ ଆଜିଠାରୁ ଆରମ୍ଭ ହୋଇଛି ନାମାଙ୍କର ପତ୍ର ଦାଖଲ ପ୍ରକ୍ରିୟା ।

Lok Sabha Election 2024

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମାର୍ଚ୍ଚ ୨୦ରୁ ନାମାଙ୍କରପତ୍ର ଦାଖଲ କରିବା ପାଇଁ ଆରମ୍ଭ ହୋଇଛି ଏବଂ ମାର୍ଚ୍ଚ ୨୭ ରହିଛି ନାମାଙ୍କନପତ୍ର ଦାଖଲର ଶେଷ ତାରିଖ । ହୋଲି ପାଇଁ ବିହାରରେ ମାର୍ଚ୍ଚ ୨୮ ତାରିଖରେ ନାମାଙ୍କନ ଭରିବାରର ଶେଷ ତାରିଖ ରଖାଯାଇଛି । ବିହାରରେ ପ୍ରଥମ ପର୍ଯ୍ୟାୟରେ ୪୦ଟି ସିଟଚ୍ ମଧ୍ୟ ୪ଟିରେ ମତଦାନ ହେବ ।

ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁରୁ ୩୯, ରାଜସ୍ଥାନରୁ ୧୨, ଉତ୍ତରପ୍ରଦେଶରୁ ଆଠ , ମଧ୍ୟପ୍ରଦେଶରୁ ୬, ଆସାମ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରୁ ୫, ବିହାରରୁ ଚାରି ଜଣ, ପଶ୍ଚିମବଙ୍ଗରୁ ତିନି ଜଣ, ଅରୁଣାଚଳ ପ୍ରଦେଶ, ମଣିପୁର ଏବଂ ମେଘାଳୟରୁ ଦୁଇଟି ଆସନ ଅନ୍ତର୍ଭୁକ୍ତ । ଏଥିସହ ପୁଡୁଚେରୀ, ଲକ୍ଷ୍ମୀଦ୍ୱୀପ, ଜାମ୍ମୁ କାଶ୍ମୀର, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ତ୍ରିପୁରା, ସିକ୍କିମ, ନାଗାଲାଣ୍ଡ, ମିଜୋରାମ ଏବଂ ଛତିଶଗଡରେ ଗୋଟିଏ ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରାଯିବ।

ଏଥିସହ ନାମାଙ୍କନପତ୍ର ଦାଖଲ କରିବାକୁ ସାଧାରଣ ପ୍ରାର୍ଥୀଙ୍କୁ ୨୫,୦୦୦ ଟଙ୍କା ଜମା କରିବାକୁ ପଡିବ, ଅନୁସୂଚିତ ଜାତି (SC) ଏବଂ ଅନୁସୂଚିତ ଜନଜାତି (ST) ପ୍ରାର୍ଥୀଙ୍କୁ ୧୨,୫୦୦ ଟଙ୍କା ଜମା କରିବାକୁ ପଡିବ। ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୨୭ ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଏପ୍ରିଲ୍ ୧୯ ପାଇଁ ଧାର୍ଯ୍ୟ କରାଯାଇଛି । ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନପତ୍ରର ଯାଞ୍ଚ ମାର୍ଚ୍ଚ ୨୮ ରେ ଅନୁଷ୍ଠିତ ହେବ ଏବଂ ପ୍ରାର୍ଥୀ ପ୍ରତ୍ୟାହାରର ଶେଷ ତାରିଖ ମାର୍ଚ୍ଚ ୩୦ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+