ଏକ୍‍ଜିଟ୍‍ ପୋଲ୍‍ ଉପରେ ଜାରି ହେଲା କଟକଣା

ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିହାର ନିର୍ବାଚନ ଏବଂ ଅନ୍ୟ ରାଜ୍ୟରେ ହେଉଥିବା ଉପନିର୍ବାଚନର ୪୮ ଘଣ୍ଟା ମଧ୍ୟରେ ଏକ୍‍ଜିଟ୍‍ ପୋଲ୍‍ ଏବଂ ନିର୍ବାଚନ ସମ୍ପର୍କିତ ତଥ୍ୟ ପ୍ରଦର୍ଶନ ପରେ ସମସ୍ତ ଗଣମାଧ୍ୟମ ଏବଂ ପ୍ରସାରଣକାରୀ ସଂସ୍ଥାଗୁଡ଼ିକ ଉପରେ କଟକଣା ଜାରି କରାଯାଇଛି । ଟେଲିଭିଜନ୍‍, ରେଡିଓ ଚ୍ୟାନେଲ୍‍ ଏବଂ କେବୁଲ୍‍ ନେଟ୍‍ୱାର୍କଗୁଡ଼ିକ ଉପରେ ଏହି ୪୮ ଘଣ୍ଟା ମଧ୍ୟରେ କୌଣସି ସ୍ୱତନ୍ତ୍ର ଦଳ ବା ପ୍ରାର୍ଥୀ କିମ୍ବା ନିର୍ବାଚନ ଫଳଫଳକୁ ପ୍ରଭାବିତ କରୁଥିବା ସମ୍ପର୍କିତ ତଥ୍ୟ ଆଲୋଚନା କରିବା ନେଇ କଟକଣା ଲାଗୁ କରାଯାଇଛି । ଓପିନିୟନ୍‍ ପୋଲ୍‍ ପ୍ରଦର୍ଶନ ଉପରେ ମଧ୍ୟ ଅଙ୍କୁଶ ଲଗାଯାଇଛି ।

eci

ବିହାର ବିଧାନସଭା ନିର୍ବାଚନ ୨ଟି ପର୍ଯ୍ୟାୟରେ ଆସନ୍ତା ମାସ ୬ ଏବଂ ୧୧ ତାରିଖରେ ଅନୁଷ୍ଠିତ ହେବ । ଆୟୋଗଙ୍କ ପକ୍ଷରୁ ଏକ୍‍ଜିଟ୍‍ ପୋଲ୍‍ ପରିଚାଳନା ଏବଂ ଫଳାଫଳ ସମ୍ପର୍କିତ ତଥ୍ୟ ମୁଦ୍ରଣ କିମ୍ବା ଇଲୋକ୍ଟ୍ରୋନିକ୍ସ ଗଣମାଧ୍ୟମରେ ପ୍ରକାଶ କରିବା ଉପରେ ନିଷେଧାଦେଶ ଜାରି କରାଯାଇଛି । ଏହା ଆସନ୍ତା ମାସ ୬ ତାରିଖ ସକାଳ ୭ଟାରୁ ୧୧ ତାରିଖ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+