ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଇସିଆଇଙ୍କ ବଡ଼ ଘୋଷଣା : ଏଣିକି ନିର୍ବାଚନ ଅଧିକାରୀ, ପ୍ରିଜାଇଡିଂ ଅଫିସରଙ୍କୁ.....

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା । ନିର୍ବାଚନ ଅଧିକାରୀ, ପ୍ରିଜାଇଡିଂ ଅଫିସର, ଭୋଟ ଗଣତି ଅଫିସରଙ୍କ ସମେତ ସମସ୍ତ କର୍ମଚାରୀଙ୍କ ଭତ୍ତା ବଢାଇଛନ୍ତି ନିର୍ବାଚନ କମିଶନ । ସବୁଠାରୁ ଅଧିକ ଭତ୍ତା ପ୍ରିଜାଇଡିଂ ଅଫିସରଙ୍କୁ ମିଳିବ । ପୂର୍ବରୁ ପ୍ରିଜାଇଡିଂ ଅଫିସରଙ୍କୁ ଦିନକୁ ୩୫୦ ଟଙ୍କା ମିଳୁଥିବା ବେଳେ ଏବେ ଏହାକୁ ବଢାଇ ୫୦୦ ଟଙ୍କା କରିଦିଆଯାଇଛି ।

ନିର୍ବାଚନ କମିଶନ ପ୍ରିଜାଇଡିଂ ଅଫିସର, ନିର୍ବାଚନ ଅଧିକାରୀ, ଭୋଟ ଗଣିତ ଅଫିସର, ମାଇକ୍ରୋ ଓଭରଜରଭର ଏବଂ ଅନ୍ୟ ଅଧିକାରୀଙ୍କ ଭତ୍ତା ବଢାଇଛନ୍ତି । ଉପଜିଲ୍ଲା ନିର୍ବାଚନ ଅଧିକାରୀ, ସିଏପିଏଫ କର୍ମଚାରୀ ଏବଂ ସେକ୍ଟର ଅଧିକାରୀଙ୍କ ଭତ୍ତା ମଧ୍ୟ ବଢାଯାଇଛି । ଏହାସହିତ ମତଦାନ ବେଳେ ଡ୍ୟୁଟି ସମୟରେ ଖାଇବା ଏବଂ ପିଇବା ଦର ବାବଦରେ ପଇସା ମଧ୍ୟ ବଢିଛି ।

eci

ନିର୍ବାଚନ ଆୟୋଗ କହିଛନ୍ତି, ପ୍ରଥମେ ପ୍ରିଜାଇଡିଂ ଅଫିସରଙ୍କୁ ୩୫୦ ଟଙ୍କା ଦିବକୁ ମିଳୁଥିଲା, ଏବେ ୧୫୦ ଟଙ୍କା ମିଳିବ । ପ୍ରତିଦିନ ହିସାବରେ ୫୦୦ ଟଙ୍କା ମିଳିବ । ପୋଲିଂ ଅଫିସରଙ୍କୁ ଦିନକୁ ୨୫୦ ଟଙ୍କା ମିଳୁଥିଲା ଏବେ ୪୦୦ ଟଙ୍କା ମିଳିବ । ଭୋଟ ଗଣତି ଅଫିସରଙ୍କ ଭତ୍ତା ୧୫୦ ଟଙ୍କା ବଢାଯାଇଥିବା ବେଳେ କାଉଣ୍ଟିଂ ଆସିଷ୍ଟାଣ୍ଟକୁ ୨୫୦ ଟଙ୍କା ମିଳୁଥିଲା, ଏବେ ୪୫୦ ଟଙ୍କା ମିଳିବ । ସେହିପରି ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ୧୦୦୦ ଟଙ୍କା ମିଳିବ । ପୂର୍ବରୁ ୨୦୦ ଟଙ୍କା ମିଳୁଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+