ବିହାର ବିଧାନସଭା ନିର୍ବାଚନରେ ନିଯୁକ୍ତ ହେବେ ୪୭୦ ପର୍ଯ୍ୟବେକ୍ଷକ

ସେପ୍ଟେମ୍ବର ୩୦ ତାରିଖରେ ବିହାର ବିଧାନସଭା ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ଅକ୍ଟୋବର ୬ କିମ୍ବା ୭ ତାରିଖରେ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ (ଇସି) କାର୍ଯ୍ୟସୂଚୀ ଘୋଷଣା କରିବାର ସମ୍ଭାବନା ରହିଛି। କାର୍ଯ୍ୟସୂଚୀ ଘୋଷଣା କରିବା ପୂର୍ବରୁ ଅକ୍ଟୋବର ୪ ଓ ୫ ତାରିଖରେ ନିର୍ବାଚନ ଆୟୋଗଙ୍କ ସମସ୍ତ ସଦସ୍ୟ ବିହାର ଗସ୍ତ କରି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ।

ବିହାର ଗସ୍ତ କାଳରେ ଇସି ସମସ୍ତ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ (ଏସ୍‌ପି), ରାଜନୈତିକ ଦଳର ପ୍ରତିନିଧି, ଆୟକର, ଅବକାରୀ ବିଭାଗ, ଇଡି, ଡିଆରଆଇ, ନାର୍କୋଟିକ କ​‌େ​ଣ୍ଟ୍ରାଲ ବ୍ୟୁରୋ ଆଦି ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ବୈଠକ କରିବେ। ଏହା ପରେ ନିର୍ବାଚନ ଆୟୋଗ ସ୍ବରାଷ୍ଟ୍ର ବିଭାଗ ସଚିବଙ୍କ ସହିତ ବୈଠକ କରି ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବେ। ନିର୍ବାଚନର ସୁରକ୍ଷା ପାଇଁ କେତେ ସଂଖ୍ୟକ ଅର୍ଦ୍ଧସାମରିକ ବାହିନୀ ମୁତୟନ ହେବେ​‌ ସେ ବାବଦରେ ସ୍ବରାଷ୍ଟ୍ର ବିଭାଗ ସଚିବଙ୍କୁ ଜଣାଇବେ।

ଅକ୍ଟୋବର ୩ ତାରିଖରେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସହିତ ଇସିଙ୍କ ବୈଠକ ହେବ। ବିହାର ନିର୍ବାଚନକୁ ସ୍ବଚ୍ଛ, ନିରପେକ୍ଷ ଓ ଅବାଧ କରିବା ଲାଗି ଆୟୋଗ ୪୭୦ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେବେ। ଏଥିମଧ୍ୟରୁ ୩୨୦ଜଣ ଆଇଏଏସ୍‌, ୬୦ ଆଇପିଏସ୍ ଓ ୯୦ଜଣ ଅନ୍ୟ କ୍ୟାଡରର (ଆଇଆରଏସ୍‌, ଆଇଆରଏଏସ୍‌, ଆଇସିଏଏସ୍‌) ଅଧିକାରୀ ରହିବେ। ବିହାର ବିଧାନସଭା ୨୪୩ ଆସନ ସହିତ ବିଭିନ୍ନ ରାଜ୍ୟର ୭ଟି ବିଧାନସଭା ଆସନ ଉପନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରିବେ।

eci

ଅନ୍ୟପଟେ ବିହାରରେ ହୋଇଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟ (ଏସ୍‌ଆଇଆର) ଉପରେ ସୁପ୍ରିମକୋର୍ଟ ଅକ୍ଟୋବର ୭ରେ ଚୂଡାନ୍ତ ରାୟ ପ୍ରକାଶ କରିବେ। ନିର୍ବାଚନ ଆୟୋଗଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଲୋକସଭା ଓ ବିଧାନିସଭା ନିର୍ବାଚନ ତାରିଖ ବା କାର୍ଯ୍ୟସୂଚୀ ଘୋଷଣା କରିବା ଆୟୋଗଙ୍କର ଏକ ସାମ୍ବିଧାନିକ ଦାୟିତ୍ବ। ନ୍ୟାୟପାଳିକାର ଶୁଣାଣି ପାଇଁ ଏହାକୁ ବିଳମ୍ବ କରାଯାଇପାରିବ ନାହିଁ।

ବିହାର ଏସଆଇଆର ପ୍ରକ୍ରିୟାରେ ଯଦି କୌଣସି ଅନିୟମିତତା ହୋଇଥିବା ଜଣାପଡେ ତେବେ ଏହାକୁ ସମ୍ପୂର୍ଣ୍ଣ ରୂପେ ବାତିଲ କରିଦିଆଯିବ ବୋଲି ସୁପ୍ରିମକୋର୍ଟ ଚରମବାଣୀ ଶୁଣାଇଛନ୍ତି। ଏପରି କି ବିହାର ଏସଆଇଆର ଉପରେ ଯେଉଁ ରାୟ ଦିଆଯିବ ତାହା ସମଗ୍ର ଦେଶ ପାଇଁ କାର୍ଯ୍ୟକାରୀ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ଯଦି ଏସ୍‌ଆଇଆରକୁ ରଦ୍ଦ କରିଦିଅନ୍ତି ତେବେ ଏସଆଇଆର ପୂର୍ବ ଭୋଟର ତାଲିକା ଆଧାରରେ ବିହାର ବିଧାନସଭା ନିର୍ବାଚନ ହେବ।

ଚଳିତବର୍ଷ ବିହାର ନିର୍ବାଚନକୁ ଗୋଟିଏ କିମ୍ବା ଦୁଇଟି ପର୍ଯ୍ୟାୟରେ କରାଯିବାର ସମ୍ଭାବନା ରହିଛି। ୨୦୨୦ରେ ବିଧାନସଭା ନିର୍ବାଚନକୁ ୩ଟି ପର୍ଯ୍ୟାୟରେ କରାଯାଇଥିଲା। ୨୦୨୦ରେ କରୋନା ମହାମାରୀ ଚାଲିଥିବାରୁ ନିର୍ବାଚନକୁ ଅଧିକ ପର୍ଯ୍ୟାୟରେ କରାଯାଇଥିଲା। ବିହାର ବିଧାନସଭାର ଅବଧି ନଭେମ୍ବର ୨୨ରେ ଶେଷ ହେଉଥିବାରୁ ଏହା ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ଆୟୋଗ ଲକ୍ଷ୍ୟ ରଖିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+