ଏହି ମାମଲାରେ ନିର୍ବାଚନ କମିଶନ କଂଗ୍ରେସ ନେତାଙ୍କୁ କରିଲେ ନୋଟିସ
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୧ ଜୁନରେ ୧୫୦ ଜଣ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ଏବଂ ସେମାନଙ୍କୁ ଧମକାଇଛନ୍ତି । ଅଫିସର ମାନଙ୍କୁ ଏମିତି ସିଧାସଳଖ ଧମକାଇବା ଲଜ୍ଜାଜନକ । ଲୋକତନ୍ତ୍ର ଜନାଦେଶରେ ପରିଚାଳିତ ହୁଏ,ଧମକରେ ନୁହେଁ । ୪ ଜୁନର ଜନାଦେଶ ଅନୁସାରେ ନରେନ୍ଦ୍ର ମୋଦୀ, ଅମିତ ଶାହା ଓ ବିଜେପି କ୍ଷମତାରୁ ବିଦା ହେବେ ଏବଂ ଇଣ୍ଡିଆ ମେଣ୍ଟ ବିଜୟୀ ହେବ ।
ତେଣୁ ଅଫିସର କୌଣସି ପ୍ରକାର ଚାପରେ ନଆସି ସମ୍ବିଧାନର ରକ୍ଷା କରିବା ଉଚିତ । ଗତକାଲି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ କିଛି ଏଭଳି ଲେଖି ସେୟାର କରିଥିଲେ କଂଗ୍ରେସ ନେତା ଜୟରାମ ରମେଶ । ଆଉ ଆଜି ଜୟରାମ ରମେଶଙ୍କ ଏହି ଦାବି ପରେ ନିର୍ବାଚନ ଆୟୋଗ ତାଙ୍କୁ ଏକ ଚିଠି ଲେଖି ଏ ସମ୍ପର୍କରେ ଜବାବ ମାଗିଛନ୍ତି ।

ରବିବାର ରମେଶଙ୍କୁ ଲେଖାଯାଇଥିବା ଚିଠିରେ ନିର୍ବାଚନ କମିଶନ ତାଙ୍କୁ ରବିବାର ସା ୭ ଟା ପର୍ଯ୍ୟନ୍ତ ତାଙ୍କ ଦାବିର ବିବରଣୀ ଶେୟାର କରିବାକୁ କହିଛନ୍ତି । ନିର୍ବାଚନ ଆୟୋଗ ଜୟରାମ ରମେଶଙ୍କ ପୋଷ୍ଟକୁ ଉଦ୍ଧୃତ କରିଛନ୍ତି ଜୟରାମ ଏହା ମଧ୍ୟ କହିଛନ୍ତି ଯେ ଏହା ଏକ ଲଜ୍ଜାଜନକ ବିପଦ, ଯାହା ଦର୍ଶାଉଛି ଯେ ଭାଜପା କେତେ ହତାଶ ।
ଜୟରାମ ଆହୁରି ମଧ୍ୟ କହିଛନ୍ତି ଯେ ଲୋକମାନେ ମୋଦି ଏବଂ ଶାହାଙ୍କୁ ହଟାଇବାକୁ ଚାହୁଁଛନ୍ତି ଏବଂ ସେଥିପାଇଁ ଇଣ୍ଡିଆ ମେଣ୍ଟ ଅଧିକ ଆସନ ଜିତୁଛି । କଂଗ୍ରେସ ନେତା ଆହୁରି କହିଛନ୍ତି ଯେ ଅଧିକାରୀମାନେ କୌଣସି ଚାପରେ ଆସନ୍ତୁ ନାହିଁ ଏବଂ ସମ୍ବିଧାନର ରକ୍ଷଣାବେକ୍ଷଣ କରିବା ଉଚିତ୍ ।












Click it and Unblock the Notifications