ଫୋନ୍ ଟ୍ୟାପିଂ ଅଭିଯୋଗରେ ହଟିଲେ ମହାରାଷ୍ଟ୍ର DGP
ମୁମ୍ବାଇ: କଂଗ୍ରେସର ଫୋନ୍ ଟ୍ୟାପିଂ କରିଥିବା ଅଭିଯୋଗରେ ମହାରାଷ୍ଟ୍ର ପୁଲିସର ମହାନିର୍ଦ୍ଦେଶକ ଥିବା ରଶ୍ମୀ ଶୁକ୍ଲାଙ୍କୁ ନିର୍ବାଚନ ଆୟୋଗ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ଡିଜିପି ରଶ୍ମୀ ଶୁକ୍ଲାଙ୍କ ଉପରେ ଆଣିଥିଲେ ଅଭିଯୋଗ । ଏସବୁକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନିର୍ବାଚନ ଆୟୋଗ ରଶ୍ମୀ ଶୁକ୍ଲାଙ୍କୁ ମହାରାଷ୍ଟ୍ରର ଡିଜିପି ପଦରୁ ବଦଳି କରିଛନ୍ତି । ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଏହି ଚାର୍ଜ ହସ୍ତାନ୍ତର କରିବାକୁ ଇସି ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ମହାରାଷ୍ଟ୍ରର ଡିଜିପି ଭାବରେ ନିଯୁକ୍ତି ପାଇଁ ଆସନ୍ତାକାଲି (ନଭେମ୍ବର ୫) ଅପରାହ୍ନ ୧ଟା ସୁଦ୍ଧା ତିନିଜଣ ଆଇପିଏସ୍ ଅଧିକାରୀଙ୍କ ଏକ ପ୍ୟାନେଲ୍ ପଠାଇବାକୁ ମଧ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କହିରଖୁ ଯେ, ଅକ୍ଟୋବର ୩୧ରେ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପଟୋଲ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖି ଡିଜିପି ରଶ୍ମୀ ଶୁକ୍ଳାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ରଶ୍ମୀ ଶୁକ୍ଳା ପୁଣି ବିରୋଧୀ ନେତାଙ୍କ ଫୋନ୍ ଟ୍ୟାପ୍ କରିବାକୁ ନିର୍ଦ୍ଦେଶ ଦେଇଥିବା ସେ ଚିଠିରେ ଉଲ୍ଲେଖ କରିଥିଲେ। ଏଥିପାଇଁ ତାଙ୍କୁ ପଦରୁ ହଟାଯାଉ ବୋଲି ସେ ଦାବି କରିଥିଲେ। ଏହି ଅଭିଯୋଗ ଆସିବା ପରେ ନିର୍ବାଚନ କମିଶନର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରଶ୍ମୀ ଶୁକ୍ଳାଙ୍କୁ ଡେପୁଟେସନରେ ସଶସ୍ତ୍ର ସୀମା ବଳକୁ ପଠାଇଛନ୍ତି।

ମହାରାଷ୍ଟ୍ରର ମହା ବିକାଶ ଆଘାଡି ସରକାର ସମୟରେ ରଶ୍ମୀ ଶୁକ୍ଳା ରାଜ୍ୟ ଗୁଇନ୍ଦା ବିଭାଗର ମୁଖ୍ୟ ଥିଲେ। ସେତେବେଳେ କିଛି ବରିଷ୍ଠ ରାଜନୈତିକ ନେତାଙ୍କ ବେଆଇନ ଭାବେ ଫୋନ୍ ଟ୍ୟାପ୍ କରିବା ଅଭିଯୋଗରେ ତାଙ୍କ ବିରୋଧରେ ତିନୋଟି ମାମଲା ରୁଜୁ ହୋଇଥିଲା। ମୁମ୍ବାଇରେ ଦାଖଲ ହୋଇଥିବା ପ୍ରଥମ ଏଫ୍ଆଇଆର୍ରେ ସେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଏକନାଥ ଖାଡସେଙ୍କ ଫୋନକୁ ଟ୍ୟାପ୍ କରିଥିବା ଅଭିଯୋଗ ହୋଇଛି।
ସୂଚନା ଥାଉକି, ବରିଷ୍ଠ ଆଇପିଏସ୍ ଅଧିକାରୀ ରଶ୍ମି ଶୁକ୍ଲା ମହାରାଷ୍ଟ୍ରର ପ୍ରଥମ ମହିଳା ଡିଜିପି ହେବାର ଆଖ୍ୟା ପାଇଛନ୍ତି । ୧୯୮୮ର ବ୍ୟାଚ୍ ମହାରାଷ୍ଟ୍ର କ୍ୟାଡର ମହିଳା ଅଫିସର ରଶ୍ମୀ ମଧ୍ୟ ଶସସ୍ତ୍ର ସୀମା ବଳର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି। ମହାରାଷ୍ଟ୍ରର ମହା ବିକାଶ ଅଘାଡି ସରକାର ସମୟରେ ରଶ୍ମୀ ଶୁକ୍ଲା ରାଜ୍ୟ ଗୁପ୍ତଚର ବିଭାଗର ମୁଖ୍ୟ ଥିଲେ । ସେତେବେଳେ କିଛି ବରିଷ୍ଠ ରାଜନୈତିକ ନେତାଙ୍କ ବେଆଇନ ଫୋନ୍ ଟାପ୍ ଅଭିଯୋଗରେ ତାଙ୍କ ବିରୋଧରେ ତିନୋଟି ମାମଲା ରୁଜୁ ହୋଇଥିଲା । ମୁମ୍ବାଇରେ ଦାଖଲ ହୋଇଥିବା ପ୍ରଥମ ଏଫ୍ଆଇଆର୍ରେ ସେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଏକନାଥ ଖଡସେଙ୍କୁ ଫୋନ ଟ୍ୟାପିଂ କରିଥିବା ନେଇ ଅଭିଯୋଗ ହୋଇଥିଲା ।












Click it and Unblock the Notifications