ବଢ଼ିଲା ଚନ୍ଦ୍ର ବାବୁ ନାଇଡୁଙ୍କ ଅଡ଼ୁଆ, ନିର୍ବାଚନ ଆୟୋଗ ପଠାଇଲେ ନୋଟିସ
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ YS ଜଗନ୍ ମୋହନ ରେଡ୍ଡୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ ନିର୍ବାଚନ ଆୟୋଗ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ନୋଟିସ ଜାରି କରାଯାଇଛି । ମାର୍ଚ୍ଚ ୩୧ ରେ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷସ ଏବଂ ପଶୁ ବୋଲି କହିଥିବାରୁ ଟିଡିପି ମୁଖ୍ୟଙ୍କୁ ଗୁରୁବାର ଏକ ବିଜ୍ଞପ୍ତି ଜାରି କରାଯାଇଛି।

ସେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ୪୮ ଘଣ୍ଟା ମଧ୍ୟରେ ଜବାବ ମାଗିଛନ୍ତି ନିର୍ବାଚନ କମିଶନର। ଏହାକୁ ବିରୋଧ କରି ଯୁବଜନ ଶ୍ରମିକା ରାୟଥୁ କଂଗ୍ରେସ ପାର୍ଟି(YSRCP)ର ରାଜ୍ୟ ମହାସଚିବ ଲେଲା ଅପ୍ପି ରେଡ୍ଡୀ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ଆନ୍ଧ୍ରପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ନୋଟିସ ଜାରି କରି ଏହି ମାମଲାରେ ତାଙ୍କୁ ୪୮ ଘଣ୍ଟା ମଧ୍ୟରେ ଜବାବ ମାଗିଛନ୍ତି।
ୟେମିଗାନୁର, ମାର୍କାପୁରାମ ଏବଂ ବାପାଟଲା ନିର୍ବାଚନମଣ୍ଡଳୀରେ ଆୟୋଜିତ ହୋଇଥିବା ପ୍ରଚାର ରାଲିରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଅପମାନଜନକ ଭାଷା ବ୍ୟବହାର କରିଥିଲେ। ସେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏଭଳି କରି ସେ ନିର୍ବାଚନ ଆଚର ବିଧି ଉଲ୍ଲଙ୍ଘନ କରିଛନ୍ତି। ଏଥିପାଇଁ ଚନ୍ଦ୍ରବାବୁ ନାଇଡୁଙ୍କୁ ୪୮ ଘଣ୍ଟା ମଧ୍ୟର ଏହାର ସ୍ପଷ୍ଟୀକରଣ ଦେବାକୁ ପଡିବ ବୋଲି ନୋଟିସରେ କୁହାଯାଇଛି।












Click it and Unblock the Notifications