ରାହୁଲ ଗାନ୍ଧି ଶପଥ ପତ୍ର ଦିଅନ୍ତୁ ନଚେତ୍ କ୍ଷମା ମାଗିବାକୁ ପଡ଼ିବ: ନିର୍ବାଚନ କମିଶନର
କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦ୍ବାରା ଅଣାଯାଇଥବା ଭୋଟଚୋରି ଆରୋପ ଉପରେ ଜବାବ ରଖିଛନ୍ତି ଭାରତର ନିର୍ବାଚନ କମିସନ । ନିର୍ବାଚନ କମିଶନ କୌଣସି ଦଳ ପାଇଁ ପକ୍ଷପାତିତା କରେ ନାହିଁ । ସବୁ ଦଳ କମିଶନ ପାଇଁ ସମାନ ବୋଲି ଆଜି ପ୍ରେସମିଟରେ କହିଛନ୍ତି ନିର୍ବାଚନ କମିଶନ । କଂଗ୍ରେସର ଭୋଟ ଚୋରି ଘଟଣା ବା ପ୍ରସଙ୍ଗକୁ ମଧ୍ୟ ସେ ନିନ୍ଦା କରିଛନ୍ତି । ସର୍ବଦା କମିଶନ ଲୋକଙ୍କ ସହ ଛିଡ଼ା ହୋଇଛି ବେଲି ମୁଖ୍ୟ ନିର୍ବାଚନ କମିଶନର ଜଣାଇଛନ୍ତି । କମିଶନ କାହାକୁ ଡରେନି ଓ ନିର୍ଭୀକ ଭାବରେ ଛିଡା ହୋଇଥିବା କଥା ମଧ୍ୟ ଜଣାଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ ।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, 'ଭାରତର ସମ୍ବିଧାନ ଅନୁଯାୟୀ, ଭାରତର ପ୍ରତ୍ୟେକ ନାଗରିକ ଯିଏ ୧୮ ବର୍ଷ ବୟସ ହାସଲ କରିଛନ୍ତି, ସେ ଭୋଟର ହେବା ଉଚିତ ଏବଂ ଭୋଟ ମଧ୍ୟ ଦେବା ଉଚିତ। ଆପଣ ସମସ୍ତେ ଜାଣନ୍ତି ଯେ, ଆଇନ ଅନୁଯାୟୀ, ପ୍ରତ୍ୟେକ ରାଜନୈତିକ ଦଳ ନିର୍ବାଚନ କମିଶନରେ ପଞ୍ଜୀକରଣ ମାଧ୍ୟମରେ ଜନ୍ମଗ୍ରହଣ କରନ୍ତି। ତେବେ ନିର୍ବାଚନ କମିଶନ ସମାନ ରାଜନୈତିକ ଦଳ ମଧ୍ୟରେ କିପରି ପାର୍ଥକ୍ୟ କରିପାରିବେ ବୋଳଇ ସେ ପ୍ରଶ୍ନ କରିଛନ୍ତି।'
ସେ ଆହୁରି କହିଛନ୍ତି ଯେ ନିର୍ବାଚନ କମିଶନ ପାଇଁ କୌଣସି ବିରୋଧୀ କିମ୍ବା କୌଣସି ଦଳ ନାହିଁ। ସମସ୍ତେ ସମାନ। ଜଣେ ଯେକୌଣସି ରାଜନୈତିକ ଦଳର ହେଉନା କାହିଁକି, ନିର୍ବାଚନ କମିଶନ ନିଜର ସାମ୍ବିଧାନିକ କର୍ତ୍ତବ୍ୟରୁ ପଛକୁ ହଟିବେ ନାହିଁ। ଜ୍ଞାନେଶ କୁମାର ଆହୁରି କହିଛନ୍ତି ଯେ ଭୋଟ ଚୋରି ଭଳି ଭୁଲ ଶବ୍ଦ ବ୍ୟବହାର ଠିକ ନୁହେଁ। ଦେଶରେ ଭାରତର ସମ୍ବିଧାନକୁ ଅପମାନିତ କରାଯାଉଛି। ତ୍ରୁଟି ସଂଶୋଧନ ପାଇଁ SIR କରାଯାଉଛି। ବିହାରରେ ସାତ କୋଟି ଭୋଟର ନିର୍ବାଚନ କମିଶନଙ୍କ ସହିତ ଅଛନ୍ତି। କେବଳ ଯେଉଁମାନଙ୍କର ନାମ ଭୋଟର ତାଲିକାରେ ଅଛି ସେମାନେ ହିଁ ଭୋଟ ଦେଉଛନ୍ତି। ନିର୍ବାଚନ କମିଶନଙ୍କ କାନ୍ଧରେ ବନ୍ଧୁକ ରଖି ଦେଶରେ ରାଜନୀତି କରାଯାଉଛି। ଜନସାଧାରଣଙ୍କୁ ଅପମାନିତ କରିବା ସମ୍ବିଧାନର ଅପମାନ।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, 'ଯଦି କେହି ଏପରି ଭାବୁଛନ୍ତି ଯେ ପିପିଟି ଦେଇ ଯାହା ନିର୍ବାଚନ କମିଶନଙ୍କ ସଂଖ୍ୟା ନୁହେଁ। ଏପରି ଭୁଲ ସଂଖ୍ୟା ଦେଇ ଏବଂ କହୁଛନ୍ତି ଯେ ଏହି ପୋଲିଂ ଅଧିକାରୀ କହିଛନ୍ତି ଯେ ଏହି ମହିଳା ଦୁଇଥର ଭୋଟ ଦେଇଛନ୍ତି। ନିର୍ବାଚନ କମିଶନ ଏପରି ଗମ୍ଭୀର ପ୍ରସଙ୍ଗରେ ଶପଥପତ୍ର ବିନା କାମ କରିବା ଉଚିତ ନୁହେଁ।' ମୁଖ୍ୟ ନିର୍ବାଚନ କମିଶନର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ସ୍ପଷ୍ଟ ଭାବରେ କହିଛନ୍ତି, 'ତାଙ୍କୁ ଏକ ଶପଥପତ୍ର ଦେବାକୁ ପଡିବ କିମ୍ବା ଦେଶକୁ କ୍ଷମା ମାଗିବାକୁ ପଡିବ। ତୃତୀୟ ବିକଳ୍ପ ନାହିଁ। ଯଦି ସାତ ଦିନ ମଧ୍ୟରେ ଶପଥପତ୍ର ଗ୍ରହଣ ନହୁଏ, ତେବେ ଏହାର ଅର୍ଥ ହେବ ଯେ ଏହି ସମସ୍ତ ଅଭିଯୋଗ ଭିତ୍ତିହୀନ।'
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications