ପ୍ରଧାନମନ୍ତ୍ରୀଙ୍କୁ ‘ପନୌତି’ କହି ଅଡୁଆରେ ରାହୁଲ ଗାନ୍ଧୀ; ନୋଟିସ ପଠାଇଲେ ନିର୍ବାଚନ କମିଶନ
ପୁଣି ଅଡ଼ୁଆରେ ରାହୁଲ ଗାନ୍ଧୀ। ରାଜସ୍ଥାନ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ରାହୁଲ ଗାନ୍ଧୀଙ୍କ ଦ୍ୱାରା ବ୍ୟବହୃତ ଶବ୍ଦକୁ ନେଇ ନୋଟିସ୍ ପଠାଇଛନ୍ତି ନିର୍ବାଚନ କମିସନ । ଆସନ୍ତା ୨୫ ତାରିଖ ସୁଦ୍ଧା ରାହୁଲଙ୍କୁ ନୋଟିସର ଜବାବ ଦିଆଯିବାକୁ ସମୟ ଦିଆଯାଇଛି ।
ରାହୁଲ କ'ଣ କହିଛନ୍ତି ଜାଣନ୍ତୁ ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପନୌତି ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମସ୍ୟା ଏବେ ବଢ଼ିବାକୁ ଯାଉଛି । ଗୁରୁବାର ଦିନ ଭାରତର ନିର୍ବାଚନ ଆୟୋଗ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିଛନ୍ତି । ଯେଉଁଥିରେ କୁହାଯାଇଛି ଯେ ୨୫ ନଭେମ୍ବର ସୁଦ୍ଧା ଉତ୍ତର ଦେବାକୁ ପଡ଼ିବ ।
ଘଟଣା କଣ?
ବାସ୍ତବରେ, ଏହି ସପ୍ତାହ ଆରମ୍ଭରେ ରାଜସ୍ଥାନରେ ହୋଇଥିବା ଏକ ନିର୍ବାଚନରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବର୍ଷି 'ପନୌତି' ବୋଲି କହିଥିଲେ । ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ପ୍ରବେଶ ଯୋଗୁଁ ଭାରତ ଗତ ରବିବାର ଅଷ୍ଟ୍ରେଲିଆ ବିପକ୍ଷ ୨୦୨୩ ବିଶ୍ୱକପ ଫାଇନାଲ ମ୍ୟାଚ୍ ହାରିଛି ।
ରାଜସ୍ଥାନର ଜାଲୋରେ ଠାରେ ଆୟୋଜିତ ଏକ ନିର୍ବାଚନ ରାଲିରେ ରାହୁଲ ଗାନ୍ଧି ଯୋଗ ଦେଇଥିଲେ । ଭିଡ଼ ଭିତରୁ ଜଣେ କେହି ପନୌତି, ପନୌତି କହି ଚିତ୍କାର କରିଥିଲେ ଏହା ଶୁଣି ରାହୁଲ ଗାନ୍ଧି ସ୍ମିଥ ହାସ୍ୟ ଦେଇଥିଲେ ଓ କହିଥିଲେ, "ହଁ, ପନୌତି । ଆମ ପିଲାମାନେ ବିଶ୍ୱକପ ଜିତି ଥାଆନ୍ତେ, କିନ୍ତୁ ସେଠାକୁ ପନୌତି ଯାଇ ମ୍ୟାଚ ହରାଇ ଦେଲା।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ECଙ୍କ ନିକଟରେ ବିଜେପି ଦାବି କରିଥିଲା । ଏହି ପ୍ରକାରର ବୟାନ ନିର୍ବାଚନୀ ମାହୋଲକୁ ଖରାପ କରିବା ସହ ସମ୍ମାନୀତ ବ୍ୟକ୍ତିମାନଙ୍କୁ ବଦନାମ କରାଯାଉଛି ବୋଲି ଦଳ ଦାବି କରିଥିଲା।
ନୋଟିସରେ କ'ଣ କୁହାଯାଇଥିଲା?
ECI ନୋଟିସରେ କୁହାଯାଇଛି ଯେ ଜଣେ ପ୍ରଧାନମନ୍ତ୍ରୀଙ୍କୁ 'ପନୌତି' ଶବ୍ଦ ବ୍ୟବହାର କରିବା ଏକ ଜାତୀୟ ରାଜନୈତିକ ଦଳର ଜଣେ ବରିଷ୍ଠ ନେତାଙ୍କ ଅସମ୍ମାନ ଅଟେ।












Click it and Unblock the Notifications