ସରିଲା ତୃତୀୟ ପର୍ଯ୍ୟାୟ ମତଦାନ, ଲାଗିଲା ବିଜେପିକୁ ବଡ଼ ଝଟକା, ଜାଣନ୍ତୁ କଣ ରହିଛି କାରଣ
ନୂଆଦିଲ୍ଲୀ : ଆଜି ସରିଛି ତୃତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୯୩ଟି ଲୋକସଭା ଆସନ ପାଇଁ ଭୋଟ ନିଆଯାଇଛି । ତୃତୀୟ ପର୍ଯ୍ୟାୟ ସହ କର୍ଣ୍ଣାଟକ, ଗୁଜୁରାଟ ଓ ଗୋଆରେ ସରିଲା ମତଦାନ । ଏହି ପର୍ଯ୍ୟାୟରେ ୧୩୫୧ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ସମେତ ଅଖିଳେଶ ଯାଦବଙ୍କ ସ୍ତ୍ରୀ ଡିମ୍ପଲ ଯାଦବ,
ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ଏବଂ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ । ଆଉ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରୁ ସରୁ ଭାରତୀୟ ଜନତା ପାର୍ଟିକୁ ଲାଗିଛି ବଡ଼ ଝଟକା । କଂଗ୍ରେସ ସମ୍ପର୍କରେ ଆପତ୍ତିଜନକ ଭିଡିଓ କରି ନିର୍ବାଚନ କମିଶନରଙ୍କ ଆକ୍ରୋଷର ଶିକାର ହୋଇଛି କର୍ନାଟକ ବିଜେପି । ତେବେ ଏଥିପାଇଁ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ କମିଶନର । କର୍ନାଟକ ବିଜେପିର ସୋସିଆଲ ମିଡିଆ ଆକାଉଣ୍ଟରୁ ଏପରି କଣ୍ଟେଣ୍ଟ ହଟାଇବାକୁ ମଙ୍ଗଳବାର ଇସି ଏକ୍ସ'କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ପୂର୍ବରୁ ବିଜେପି ଜାରି କରିଥିବା ଭିଡିଓକୁ ଏକ୍ସରୁ ହଟାଇବା ପାଇଁ କର୍ଣ୍ଣାଟକ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଦଳ ଏହାକୁ ଖାତିର କରି ନ ଥିଲା । ତେଣୁ ଆଜି ଭାରତୀୟ ନିର୍ବାଚନ କମିଶନର ଏଥିରେ ହସ୍ତକ୍ଷେପ କରିଛନ୍ତି । ଏଥିସହ ସିଧା ସିଧା ଏକ୍ସକୁ ବିଜେପିର ପୋଷ୍ଟକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications