Get Updates
Get notified of breaking news, exclusive insights, and must-see stories!

ବଦଳିଲା ଅରୁଣାଚଳ , ସିକ୍କିମରେ ଭୋଟ୍ ଗଣତି ତାରିଖ , ଜାଣନ୍ତୁ କେଉଁ ଦିନ ହେବ ଗଣତି

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଏବଂ ସିକିମରେ ହେବାକୁ ଥିବା ବିଧାନସଭା ଭୋଟ ଗଣତି ତାରିଖ ପରିବର୍ତ୍ତନ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ଏହି ଦୁଇ ରାଜ୍ୟରେ ଜୁନ୍ ୨ ତାରିଖରେ ଭୋଟ ଗଣତି ଅନୁଷ୍ଠିତ ହେବ । ପୂର୍ବରୁ ଏହି ତାରିଖ ଜୁନ ୪ ତାରିଖ ଥିଲା । ଅରୁଣାଚଳ ପ୍ରଦେଶରେ ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଅଛି ।

ସେହିପରି ସିକ୍କିମରେ ମଧ୍ୟ ବିଧାନସଭା ନିର୍ବାଚନ ହେବାକୁ ଅଛି । ତେଣୁ ଏହି ଦୁଇ ରାଜ୍ୟରେ ଭୋଟ୍ ଗଣତିର ତାରିଖ ବଦଳାଇଛନ୍ତି ନିର୍ବାଚନ ଆୟୋଗ । ଅରୁଣାଚଳ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ପବନ କୁମାର ସୈନଙ୍କ ସୂଚନା ମୁତାବକ, ରାଜ୍ୟରେ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୨୭ ତାରିଖ । ନାମାଙ୍କନ ପତ୍ରର ଯାଞ୍ଚ ମାର୍ଚ୍ଚ ୨୮ରେ କରାଯିବ, ନାମାଙ୍କନ ପତ୍ରର ପ୍ରତ୍ୟାହାର ପାଇଁ ଶେଷ ତାରିଖ ରହିଛି ମାର୍ଚ୍ଚ ୩୦ ତାରିଖ ।

RAJIV KUMAR

ଭୋଟ୍ ଗ୍ରହଣ ପରେ, ଜୁନ୍ ୨ ତାରିଖରେ ଭୋଟ୍ ଗଣତି କରାଯିବ ବୋଲି ସୂଚନା ଦିଆଯାଇଛି । ଏହି ଦୁଇ ରାଜ୍ୟରେ ସଂସଦ ନିର୍ବାଚନ ପାଇଁ କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି । ଦେଶର ୫୪୩ ଲୋକସଭା ଆସନ ଏପ୍ରିଲ ୧୯ ରୁ ମତଦାନ କରିବାକୁ ଯାଉଛି । ଭୋଟ୍ ସାତୋଟି ପର୍ଯ୍ୟାୟରେ ହେବ । ପ୍ରଥମ ପର‌୍ୟ୍ୟାୟରେ ଅରୁଣାଚଳର ଦୁଇଟି ଲୋକସଭା ଆସନ ଏବଂ ସିକିମରେ ଗୋଟିଏ ଆସନ ପାଇଁ ଏପ୍ରିଲ୍ ୧୯ ରେ ଭୋଟ୍ ଗ୍ରହଣ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+