ନିର୍ବାଚନ କମିଶନରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, କଂଗ୍ରେସ ନେତାଙ୍କ ଉପରେ ଲାଗିଲା ୪୮ ଘଣ୍ଟା ପାଇଁ ବ୍ୟାନ୍
ନୂଆଦିଲ୍ଲୀ : କଂଗ୍ରେସର ନେତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ କମିଶନର । ରାଜ୍ୟ ସଭା ସାଂସଦ ରଣଦୀପ ସୂର୍ଯ୍ୟେୱାଲାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଜେପି ଏମପି ତଥା ଅଭିନେତ୍ରୀ ହେମା ମାଳିନୀଙ୍କ ସମ୍ପର୍କରେ ସେ ଅଶ୍ଳୀଳ ଟିପ୍ପଣୀ କରିବା ଅଭିଯୋଗରେ ଫସିଛନ୍ତି । ସୁରଜେୱାଲାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସୁରଜେୱାଲା ଆଗାମୀ ୨ଦିନ ନିର୍ବାଚନ ପ୍ରଚାର କରି ପାରିବେ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
ଅର୍ଥାତ୍ ଆଗାମୀ ୪୮ ଘଣ୍ଟା ପାଇ ସୂର୍ଯ୍ୟେୱାଲା କୌଣସି ପ୍ରକାର ନିର୍ବାଚନୀ ଗତିବିଧରେ ସାମିଲ ହେଇପାରିବେ କିମ୍ବା ନିର୍ବାଚନୀ ପ୍ରଚାର କରିପାରିବେ ନାହିଁ । ଏହି ସମୟ ମଧ୍ୟରେ ସେ ମିଡିଆ ସହ କଥାବାର୍ତ୍ତା ମଧ୍ୟ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ତେବେ ଲୋକସଭା ନିର୍ବାଚନ ସମୟରେ ରଣଦୀପ ସୂର୍ଯ୍ୟେୱାଲା ହେଉଛନ୍ତି ପ୍ରଥମ ନେତା, ଯାହାଙ୍କ ବିରୋଧରେ ନିର୍ବାଚନ ଆୟୋଗ ଏପରି ଆକ୍ସନ ନେଇଛନ୍ତି । ୨୦୧୯ରେ ମଧ୍ୟ ଇସି ଏହିଭଳି ଅନେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।

ସୂଚନା ଯୋଗ୍ୟ ଯେ, କଂଗ୍ରେସ ସାଧାରଣ ସମ୍ପାଦକ ଓ ରାଜ୍ୟସଭା ସାଂସଦ ରଣଦୀପ ସୁରଜେୱାଲା ହରିୟାଣାର କୈଥଲରେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ସୁଶୀଲ ଗୁପ୍ତାଙ୍କ ସମର୍ଥନରେ ଏକ ଜନସମାବେଶକୁ ସମ୍ବୋଧୃତ କରିବା ଅବସରରେ ବିଜେପି ନେତ୍ରୀ ତଥା ମଥୁରା ସାଂସଦ ହେମା ମାଳିନୀଙ୍କ ଉପରେ ଅଭଦ୍ର ଟିପ୍ପଣୀ କରିଥିଲେ ଓ ତାଙ୍କର ଏହି କଥାକୁ ନେଇ ବିବାଦ ଉପୁଜିବାରୁ ସୂରଜେୱାଲା ସଫେଇ ଦେଇଥିଲେ ଓ କହିଥିଲେ ମୋର ଉଦ୍ଦେଶ୍ୟ ହେମାମାଳିନୀଙ୍କୁ ଅପମାନିତ କରିବା ନୁହେଁ କି ତାଙ୍କୁ ଆହତ କରିବାର ନଥିଲା ।
ଭାଇରାଲ ଭିଡିଓରେ ମୋ ବୟାନକୁ ମୋଡିମକଚି ଉପସ୍ଥାପନ କରାଯାଇଛି । ଏହା ପରେ ନିର୍ବାଚନ ଆୟୋଗ ଏପ୍ରିଲ ୯ ତାରିଖରେ ସୂରଜେୱାଲାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ସୋସିଆଲ ମିଡିଆରେ ବିଜେପି ପକ୍ଷରୁ ଏକ ଭିଡିଓ ସେୟାର ହେବା ପରେ ଏହି ରାଜନୈତିକ ବିବାଦ ଆରମ୍ଭ ହୋଇଥିଲା, ଯେଉଁଥିରେ ସୁରଜେୱାଲା, ହେମା ମାଳିନୀଙ୍କ ବିଷୟରେ କିଛି ଆପତ୍ତିଜନକ ମନ୍ତବ୍ୟ ଦେଉଥିବାର ଶୁଣିବାକୁ ମିଳିଥିଲା । ପରେ ଭିଡିଓକୁ ଏଡିଟ୍ କରି ବିଜେପି ସେୟାର କରିଥିବା ଦାବି କରିଥିଲେ ସୁରଜେୱାଲା । କିନ୍ତୁ ଭିଡିଓଟି ଅସଲି ବୋଲି ସ୍ପଷ୍ଟ ହେବା ପରେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଟାନ ନେଇଛି ନିର୍ବାଚନ କମିଶନ ।












Click it and Unblock the Notifications