Get Updates
Get notified of breaking news, exclusive insights, and must-see stories!

ବିବାଦିୟ ମନ୍ତବ୍ୟ ଦେଇ ଫସିଲେ ଆପ୍ ସୁପ୍ରିମୋ, ନୋଟିସ ଜାରି କଲେ ନିର୍ବାଚନ କମିସନ

ନୂଆଦିଲ୍ଲୀ : ଯମୁନାର ବିଷାକ୍ତ ପାଣି ଉପରେ ମନ୍ତବ୍ୟ ପାଇଁ ଅରବିନ୍ଦ କେଜରିୱାଲଙ୍କୁ ନିର୍ବାଚନ କମିଶନଙ୍କୁ ନୋଟିସ୍ । ଆଜି ରାତି ୮ ସୁଦ୍ଧା ଜବାବ ଦେବାକୁ କେଜରିୱାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ଗତକାଲି କେଜରିୱାଲ ଅଭିଯୋଗ କରିଥିଲେ ଯେ, ହରିିୟାଣା ସରକାର ଯମୁନା ନଦୀରେ ପାଣିରେ ବିଷ ମିଶାଇ ଦେଉଛନ୍ତି। ଜଳ ବୋର୍ଡ ଅଧିକାରୀମାନେ ତାହା ଜାଣି ପାରି ବିଶୋଧନ କରୁଛନ୍ତି। ନ ହେଲେ ବଡ଼ ଅଘଟଣ ଘଟନ୍ତା। ତାଙ୍କର ଏହି ମନ୍ତବ୍ଯ ବହୁତ ଗୁରୁତର।

EC asks Arvind Kejriwal

ଏପରିକି ଏହା ଲୋକଙ୍କ ମଧ୍ୟରେ ବିଦ୍ଵେଷ ସୃଷ୍ଟି କରିପାରେ ବୋଲି ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲା। ଏହା ପରେ ନିର୍ବାଚନ କମିଶନ କେଜରିୱାଲଙ୍କୁ ନୋଟିସ୍ କରିଛନ୍ତି ଏବଂ ଅଭିଯୋଗର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ମିଛ ହେଲେ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ ବୋଲି କହିଛନ୍ତି ନିର୍ବାଚନ କମିଶନ।

ସେପଟେ ଆପ୍ ପକ୍ଷରୁ କୁହାଯାଉଛି, ଯମୁନା ନଦୀରେ ମାତ୍ରାଧିକ ଆମୋନିଆ ମିଶୁଛି। ହରିୟାଣା ସରକାର ଯଦି ଏହାକୁ ରୋକୁଥାନ୍ତା, ତେବେ ଦିଲ୍ଲୀରେ ଯମୁନା ଏତେ ପ୍ରଦୂଷିତ ହୋଇନଥାନ୍ତା ବୋଲି ଆପ୍ ପକ୍ଷରୁ କୁହାଯାଉଛି। ଏହି ଘଟଣାକୁ ନେଇ ବଡ଼ ରାଜନୀତି ହେଲାଣି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+