ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ଫସିଲେ ରାହୁଲ ଗାନ୍ଧୀ, ନିର୍ବାଚନ ଆୟୋଗ ଜାରି କଲେ ଆଡଭାଇଜରି
ECI Advisory To Rahul Gandhi: ଖୁବ୍ ଶୀଘ୍ର ଲୋକସଭା ନିର୍ବାଚନ 2024ର ତାରିଖ ଘୋଷଣା କରାଯାଇ ପାରେ । ଏବେ କେବଳ ନିର୍ବାଚନ କମିଶନଙ୍କ ଘୋଷଣାକୁ ଅପେକ୍ଷା । ତେବେ ସମସ୍ତ ରାଜନୈତୀକ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ନିର୍ବାଚନ ଆୟୋଗ ପୂର୍ବତନ କଂଗ୍ରେସ ଦଳର ମୁଖ୍ୟ ରାହୁଲ ଗାନ୍ଧୀଙ୍କୁ ସାଧାରଣ ସଭାଗୁଡ଼ିକରେ ଦେଇଥିବା ବିବୃତ୍ତିରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

ଭବିଷ୍ୟତରେ ଜନ ସାଧାରଣ ସଭା ସମୟରେ ରାହୁଲ ଗାନ୍ଧୀଙ୍କୁ ଅଧିକ ସତର୍କ ରହିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଗତ ବର୍ଷ ନଭେମ୍ବରରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଭାରତୀୟ ଜନତା ପାର୍ଟି ନେତାଙ୍କ ବିରୋଧରେ ଭାଷଣ ଦେବାବେଳେ ଅସୁଭ ବୋଲି ଶଦ୍ଦର ବ୍ୟବହାର ବ୍ୟବହାର କରିଥିଲେ। ଏହି ମାମଲା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିବା ପରେ କୋର୍ଟ ନିର୍ବାଚନ ଆୟୋଗଙ୍କୁ ଏ ସମ୍ପର୍କରେ ପଦକ୍ଷେପ ନେବାକୁ କହିଥିଲେ।












Click it and Unblock the Notifications