ଏହି ଦେଶରେ କାୟା ବିସ୍ତାର କରୁଛି ଇବୋଲା ଭାଇରସ
କାୟା ବିସ୍ତାର କରୁଛି ଇବୋଲା ଭାଇରସ । ଏହି ଭାଇରସ ମନୁଷ୍ୟ ଏବଂ ଅନ୍ୟ ପ୍ରାଣୀମାନଙ୍କୁ ପ୍ରଭାବିତ କରେ । ଇବୋଲା ଭାଇରସ ଦ୍ୱାରା ହେଉଥିବା ରୋଗକୁ ଇବୋଲା ହେମୋରେଜିକ୍ ଫିଭର (EVD) ମଧ୍ୟ କୁହାଯାଏ। ଇବୋଲା ଏକ ବିରଳ କିନ୍ତୁ ମାରାତ୍ମକ ରୋଗ। ବିଶେଷକରି ଆଫ୍ରିକାର କିଛି ଅଞ୍ଚଳରୁ ଏହି ରୋଗର ଆରମ୍ଭ ହୋଇଥିଲା । ଏହି ଭାଇରସ ଲକ୍ଷଣ ଆରମ୍ଭ ହେଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।
ଇବୋଲା ଭାଇରାସ ବିରଳ। ୧୯୭୬ ମସିହାରେ ଜାଇରେ ରେ ଇବୋଲାଭାଇରସ୍ ପ୍ରଥମେ ଚିହ୍ନଟ ହେବା ପରଠାରୁ ଏହି ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୨୦୧୪-୨୦୧୬ ଜାଇରରେ ଇବୋଲାଭାଇରସ୍ ମହାମାରୀ ସବୁଠାରୁ ବଡ଼ ଇବୋଲା ପ୍ରକୋପ ଥିଲା। ପ୍ରାୟ ୧୦ଟି ଦେଶରେ ୨୮,୬୪୬ ଜଣ ମାମଲା ଏବଂ ୧୧,୩୨୩ ଜଣଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ଏହି ଭାଇରସ ବ୍ରିଟେନକେ କାୟା ବିସ୍ତାର କରିବାରେ ଲାଗିଛି ।

ଏହି ଭାଇରାସର ଲକ୍ଷଣ ହେଉଛି, ଗୁରୁତର ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଗଳା ଯନ୍ତ୍ରଣା, ଚର୍ମ ତଳେ ଲାଲ ଫୋଟକା କିମ୍ବା ରକ୍ତ ଦାଗ କ୍ଳାନ୍ତି ଏବଂ ଦୁର୍ବଳତା, ଭୋକ ହ୍ରାସ, ବାନ୍ତି ଝାଡ଼ା,ଏହି ଭାଇରସର ଲକ୍ଷଣ ।












Click it and Unblock the Notifications