Get Updates
Get notified of breaking news, exclusive insights, and must-see stories!

ଖରାଦିନେ ଖାଆନ୍ତୁ ଆଙ୍ଗୁର; ଶରୀରକୁ ମିଳିବ ଅନେକ ଉପକାର

ଅଙ୍ଗୁର ଖାଇବା ଅନେକଙ୍କର ପ୍ରିୟ। ବିଶେଷକରି ଖରାଦିନେ ଏହାକୁ ଖାଇଲେ ଆମ ଶରୀରକୁ ଅନେକ ଉପକାର ମିଳିଥାଏ। କାରଣ ଏଥିରେ ଭରିଥାଏ କାର୍ବୋହାଇଡ୍ରେଟ୍‌, ଡାଇଟାରି ଫାଇବର୍‌, ପ୍ରୋଟିନ୍‌, ଭିଟାମିନ୍‌ ଏ, ଭିଟାମିନ୍‌ ବି କମ୍ଲେକ୍ସ, ଭିଟାମିନ୍‌ ସି, ଭିଟାମିନ୍‌ କେ, କାଲସିୟମ୍‌, ଆଇରନ୍‌, ମାଗନେସିୟମ୍‌, ପୋଟାସିୟମ୍‌, ସୋଡିୟମ୍‌ ଭଳି ଅନେକ ଉପକାରୀ ପୋଷକ ତତ୍ତ୍ୱ।

ଅଙ୍ଗୁର ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ବୋଲି ଅନେକ ମତ ଦେଇଥାନ୍ତି। ଏପରିକି ଏଥିରେ ଭିଟାମିନ୍‌ ଏ ରହୁଥିବାରୁ, ଏହାକୁ ଖାଇଲେ ଆଖି ସୁସ୍ଥ ରହିଥାଏ ବୋଲି ବିଶ୍ୱାସ କରାଯାଏ। ସେହିପରି ଅଙ୍ଗୁର ଖାଇବା ଦ୍ୱାରା ଶରୀରରେ ସୁଗାର୍‌ ଲେଭଲ୍‌ ବି ନିୟନ୍ତ୍ରଣରେ ରହିଥାଏ। ତା'ଛଡ଼ା ଅନେକଙ୍କର ଖରାଦିନେ ଆଲର୍ଜି ହୋଇ ତ୍ୱଚା କୁଣ୍ଡାଇ ହୋଇଥାଏ।

Eat grapes on a sunny day

ଏଭଳି କ୍ଷେତ୍ରରେ ଅଙ୍ଗୁର ଖାଇଲେ ଅନେକ ସୁଫଳ ମିଳିଥାଏ। କାରଣ ଅଙ୍ଗୁରରେ ଆଣ୍ଟିଭାଇରାଲ୍‌ ଗୁଣ ରହୁଥିବାରୁ ତ୍ୱଚା ସମ୍ବନ୍ଧୀୟ ଆଲର୍ଜିକୁ ଦୂର କରିବାରେ ଏହା ସାହାଯ୍ୟ କରିଥାଏ। ସେହିପରି କୁହାଯାଏ, ଅଙ୍ଗୁର ଖାଇଲେ କ୍ୟାନସର୍‌ ଭଳି ମାରତ୍ମକ ରୋଗରୁ କେତେକାଂଶରେ ମୁକ୍ତି ମିଳିଥାଏ। ବିଶେଷକରି ବ୍ରେଷ୍ଟ କ୍ୟାନସର୍‌ରୁ ରକ୍ଷା ପାଇବା ପାଇଁ ଅଙ୍ଗୁର ଖାଇବା ଫଳପ୍ରଦ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+