ସହଜ UPI ପିନକୁ ସାବାଧାନ: ଫୋନ ପେ’ ରୁ ୮୦ ହଜାର ଟଙ୍କା ନେଇଗଲେ ଦୁର୍ବୃତ୍ତ
Easy UPI Pin Fraud: ଆଜିକାଲି ଅର୍ଥର ଅନଲାଇନ୍ କାରବାର ବୃଦ୍ଧି ପାଉଛି । ଅନଲାଇନ୍ କାରବାର ମଧ୍ୟ ବହୁତ ସହଜ କାରଣ ଏହା ମୋବାଇଲରେ ମାତ୍ର କିଛି କ୍ଲିକ୍ ଦ୍ୱାରା ସମାପ୍ତ ହୋଇପାରୁଛି । ଆଜିକାଲି ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଅର୍ଥାତ୍ UPI ନଗଦବିହୀନ ଏବଂ ଅନଲାଇନ୍ ଦେୟର ସବୁଠାରୁ ଲୋକପ୍ରିୟ ମାଧ୍ୟମ ପାଲଟିଛି । କିନ୍ତୁ ଏହି ପ୍ଲାଟଫର୍ମର ବ୍ୟବହାର ବଢିବା ସହିତ ଠକେଇର ଘଟଣା ମଧ୍ୟ ଏଥିରେ ବୃଦ୍ଧି ପାଉଛି ।
ତେବେ ୟୁପିଆଇରେ ସହଜ ପାସୱାର୍ଡ ଯେ କେତେ ମହଙ୍ଗା ହୋଇପାରେ ତାର ଏକ ଉଦାହରଣ ସାମ୍ନାକୁ ଆସିଛି । ସହଜ ପାସୱାର୍ଡ ରଖିଥିବାରୁ ଯୋଗୁ ଜଣେ ବ୍ୟକ୍ତିଙ୍କୁ ୮୦ ହଜାରରୁ ଅଧିକ ଠକେଇ ଶିକାର ହେବାକୁ ପଡିଛି । ୟୁପିଆଇ ପେମେଣ୍ଟପାଇଁ ଥିବା ଆପ୍ 'ଫୋନ ପେ'ରେ ସହଜ ପାସୱାର୍ଡ ରଖିଥିଲେ । ଚୋର ମୋବାଇଲ ଚୋରି କରିବା ପରେ ଉକ୍ତ ଆପ ମଧ୍ୟରେ ଟଙ୍କା ନେଇଛି । ଏଭଳି ଠକେଇର ଶିକାର ହୋଇଛନ୍ତି, ଓଡ଼ିଶାର କଟକ ସହର ସ୍ଥିତି କମରପୁର ଅଞ୍ଚଳର ଯୁବକ ରାକେଶ କରଣ ।

ରାକେଶ ଜଣେ ଗାଡି ଚାଳକ, ସେ ଗାଡି କାର ରଖି ଶୋଇଥିବା ବେଳେ କେହି ତାଙ୍କ ମୋବାଇଲ ଚୋରାଇ ନେଇଥିଲେ । ମୋବାଇଲରେ ତାଙ୍କର କୌଣସି ପାସୱାର୍ଡ ନ ଥିଲା ଏବଂ ପାସୱାର୍ଡ ମନେ ରହୁ ନଥିବାରୁ ଅନଲାଇନ ପେମେଣ୍ଟ ଆପ୍ ଫୋନ ପେରେ ପାସୱାର୍ଡ ରଖିଥିଲେ ୧,୨,୩,୪,୫,୬ । ଚୋର ମୋବାଇଲ ନେବା ପରେ ପାସୱାର୍ଡ ମାରି ଟଙ୍କା ନେଇ ଯାଇଥିଲେ ।
୧୦ ହଜାର , ୨୦ ହଜାର ଏପରି କରି ୮୦ ହଜାରରୁ ଅଧିକ ଟଙ୍କା ଉଠାଇ ନେଇଥିଲେ । ରାକେଶ ସିମ ଓ ବ୍ୟାଙ୍କ୍ ଆକାଉଣ୍ଟ ବ୍ଲକ କରିବା ମଧ୍ୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସବୁ ଟଙ୍କା ଗାଏବ ହୋଇ ଯାଇଥିଲା । ମୋବାଇଲରେ ପାସୱାର୍ଡ ରଖି ନଥିବା ବେଳେ ଫୋନ ପେ' ରେ ସହଜ ପାସୱାର୍ଡ ରଖିଥିବାରୁ ଏଭଳି ଠକେଇର ଶିକାର ହୋଇଥିବା କୁହାଯାଉଛି ।
ତେବେ ସାଇବର ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ସାଧାରଣ ଲୋକ ସଜାଗ ରୁହନ୍ତି । ତେବେ ସେ ଠକାମୀର ଶିକାର ହୋଇ ପାରିବେ ନାହିଁ। ଅପରାଧୀ କେବଳ ସେମାନଙ୍କର ଲୋଭ କିମ୍ବା ଅସାବଧାନତାର ସୁଯୋଗ ନେଇ ଉପଭୋକ୍ତାଙ୍କୁ ଠକି ଥାଏ । ସେଥିପାଇଁ UPI କୁ ସତର୍କତାର ସହିତ ବ୍ୟବହାର କରାଯିବା ଉଚିତ ଏବଂ କିଛି ଜିନିଷ ସବୁବେଳେ ଅନୁସରଣ କରାଯିବା ଉଚିତ ।












Click it and Unblock the Notifications