ଆସୁଛି ବାତ୍ୟା: ୫୪ଟି ଟ୍ରେନକୁ ବାତିଲ କଲା ପୂର୍ବତଟ ରେଳବାଇ
East-Cost Railway Cancelled: ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ମିଚାଉଙ୍ଗ୍ ସୃଷ୍ଟି ହୋଇଛି । ବାତ୍ୟା 'ମିଚାଉଙ୍ଗ୍'ରେ ପରିଣତ ହେଲା ଗଭୀର ଅବପାତ । ଘଣ୍ଟା ପ୍ରତି ୬ କିମି ବେଗରେ ଉତ୍ତରପଶ୍ଚିମ ଆଡ଼କୁ ଗତି କରୁଛି ଅବପାତ । ପୁଡୁଚେରୀ ଠାରୁ ୩୦୦ ଓ ଚେନ୍ନାଇ ଠାରୁ ୩୧୦ କିମି ଦୂରରେ ବାତ୍ୟା । ସାମ୍ଭାବ୍ୟ ବାତ୍ୟା ପାଇଁ ଇଷ୍ଟକୋଷ୍ଟ ରେଲୱେ ପୂର୍ବତଟରୁ ଆସୁଥିବା ୧୨ଟି ଏବଂ ପୂର୍ବତର ଦେଇ ଯାଉଥିବା ୪୨ଟି ଟ୍ରେନକୁ ବାତିଲ କରାଯାଇଛି ।
ବାତିଲ ଟ୍ରେନଗୁଡିକ ମଧ୍ୟରେ ରହିଛି ପୁରୀ-ଚେନ୍ନାଇ, ଭୁବନେଶ୍ୱର-ତିରୁପତି, ଭୁବନେଶ୍ୱର-ବେଙ୍ଗାଲୁରୁ ଆଡି ଟ୍ରେନକୁ ବାତିଲ କରାଯାଇଛି । ଏଥି ସହିତ ବିଶାଖାପଟଣାରୁ ଚେନ୍ନାଇ ଓ ତିରୁପତିକୁ ଯାଉଥିବା ଟ୍ରେନ୍ ମଧ୍ୟ ବାତିଲ ହୋଇଥିବା ନେଇ ସୂଚନା ରହିଛି । ତେବେ ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ରେଳ ବିଭାଗ ଏପରି ନିଷ୍ପତ୍ତି ନେଇଛି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତାକାଲି ପୂର୍ବାହ୍ନରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳ ପହଞ୍ଚିବ ବାତ୍ୟା । ୫ ପୂର୍ବାହ୍ନରେ ନେଲୋର ଓ ମଛଲିପଟ୍ଟନମ ଉପକୂଳ ଛୁଇଁବ ବାତ୍ୟା। ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ୧୦୦ କିମି ରହିବାର ସମ୍ଭାବନା ରହିଛି ।
ବାତ୍ୟା ପାଇଁ ୭ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ସବୁ ବନ୍ଦରକୁ ୧ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ।
ସୂଚନାଥାଉ ଯେ, ୪, ୫ ଏବଂ ୬ ତାରିଖରେ ବର୍ଷା ପରିମାଣ ବଢ଼ିବ। ଏହି ତିନିଦିନ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ସତର୍କ ସୂଚନା କରାଯାଇଛି । ୪ରେ ଗଜପତି, ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁରର କିଛି ଅଞ୍ଚଳରେ ଘଣ୍ଟା ପ୍ରତି ପବନର ବେଗ ୩୫ରୁ ୪୫କି.ମି ବହିପାରେ । ୫ରେ ପବନର ବେଗ ବୃଦ୍ଧି ପାଇପାରେ । ମାଲକାନଗିରି, କୋରାପୁଟ ଏବଂ ରାୟଗଡ଼ାରେ ୪୦ରୁ ୫୦କି.ମି ବେଗରେ ପବନ ବହିବା ସମ୍ଭାବନା ରହିଛି ।












Click it and Unblock the Notifications