ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା , କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ନାହିଁ
ଭାରତର ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା । ଯାହାର ତୀବ୍ରତା ୩.୫ ରହିଛି । ଆଜି ସକାଳ ପ୍ରାୟ ୭ଟା ୨୫ ମିନିଟ୍ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ନାହିଁ ।

ସୂଚନାନୁଯାୟୀ, ଭାରତ ସମେତ ବିଭିନ୍ନ ଦେଶରେ ଭୂକମ୍ପର ଝଟକା ଅନୁଭୂତ ହେଉଛି । ମିଆଁମାର, ତୁର୍କୀ ଏବଂ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି । ଯେଉଁଥିରେ ହଜାର ହଜାର ଲୋକଙ୍କ ଜୀବନ ଚାଲିଯାଇଛି । ଏହାରି ମଧ୍ୟରେ ଭାରତର ଉତ୍ତରାଖଣ୍ଡରେ ଭୂକମ୍ପ ଅନୁଭୂତ ହୋଇଛି । ଉତ୍ତରାଖଣ୍ଡର ବାଗେଶ୍ବର ଜିଲ୍ଲାରେ ଆଜି ସକାଳୁ ସକାଳୁ ଭୂକମ୍ପ ଅନୁଭୂତ କରାଯାଇଥିଲା । ଯାହାର ତୀବ୍ରତା ୩.୫ ଥିଲାବେଳେ ଏହାର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା । କିନ୍ତୁ କୌଣସି କ୍ଷୟକ୍ଷତି ଘଟିନାହିଁ ।
ଆପଣଙ୍କୁ ଜଣାଇ ରଖୁଛୁ ଯେ, ଏହା ପୂର୍ବରୁ ପ୍ରଥମେ ସୋମବାର ଦିନ ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଭୂକମ୍ପର ଝଟକା ଲାଗିଥିଲା । ସନ୍ଧ୍ୟା ୬ ଟା ୨୫ ମିନିଟ୍ ସମୟରେ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୪ ରହିଥିବାବେଳେ ଭୂକମ୍ପର କେନ୍ଦ୍ରସ୍ଥଳ୯୦ କିଲୋମିଟର ଗଭୀରତାରେ ଥିଲା । ଏହା ବ୍ୟତୀତ ଆଫଗାନିସ୍ତାନରେ ମଧ୍ୟ ସୋମବାର ଦିନ ସକାଳ ୮ଟା ୪୮ ମିନିଟ୍ ସମୟରେ ୪.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼






Click it and Unblock the Notifications