ହରିୟାଣାରେ ଭୂକମ୍ପ ଝଟକା
ହରିୟାଣାରେ ଭୂକମ୍ପ ଝଟକା। ସକାଳ ୬ଟା ସମୟରେ ହରିୟାଣାର ଫରିଦାବାଦରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଫରିଦାବାଦର ଦକ୍ଷିଣ ପୂର୍ବରେ ୧୬ କିମି ଏବଂ ଭୂମିଠାରୁ ଗଭୀରତା ୫ କିଲୋମିଟର ରହିଥିଲା। ଭୂମି ଥରି ଉଠିବା ପରେ ଅଧିକାଂଶ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଏଥିରେ କୌଣସି କ୍ଷୟକ୍ଷତି ହେବାର ସୂଚନା ମିଳିଛି। ପୂର୍ବରୁ ଜୁଲାଇ ୧୬ ତାରିଖରେ ଭୂକମ୍ପ ଅନୁଭୂତ ହୋଇଥିଲା।













Click it and Unblock the Notifications