ରାଜଧାନୀ ଦିଲ୍ଲୀରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା 5.4

ରାଜଧାନୀ ଦିଲ୍ଲୀରେ ଭୂକମ୍ପ । ଭୟଙ୍କର କମ୍ପନ ପ୍ରାୟ ୫ ସେକେଣ୍ଡ ଧରି ଅନୁଭବ ହୋଇଥିଲା । ନୋଏଡା ଏବଂ ଗୁରୁଗ୍ରାମରେ ରହୁଥିବା ଲୋକେ ଏହାକୁ ଅନୁଭବ କରିଥିବା ଜଣାପଡିଛି ।

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୂକମ୍ପ। ଆଜି ରାତି ପ୍ରାୟ 8ଟା ସମୟରେ ଦିଲ୍ଲୀ ଏବଂ ଏହାର ଆଖପାଖ ସହରରେ କମ୍ପନ ଅନୁଭୂତ ହୋଇଥିଲା । ଯାହା ଫଳରେ ଲୋକେ ଘର ଏବଂ ଅଫିସରୁ ବାହାରକୁ ଚାଲିଆସିଥିଲେ । ଗୋଟିଏ ସପ୍ତାହ ଭିତରେ ଏହା ଦ୍ବିତୀୟ ଭୂମିକମ୍ପ ବୋଲି କୁହାଯାଉଛି। ଏହାର କେନ୍ଦ୍ରସ୍ଥଳ ପୁନର୍ବାର ନେପାଳରେ ଥିବାବେଳେ ରିକ୍ଟର ସ୍କେଲରେ ଏହାର ପରିମାଣ 5.4 ଥିଲା ବୋଲି ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ରିପୋର୍ଟ କରିଛି।

earthquake

ନେପାଳର ଭୂକମ୍ପ ନିରୀକ୍ଷଣ କର୍ତ୍ତୃପକ୍ଷ କହିଛନ୍ତି ଯେ କେନ୍ଦ୍ରସ୍ଥଳ ବଜହାଙ୍ଗ ଜିଲ୍ଲାର ପାଟଦେୱାଲ ର ଆଖପାଖରେ ଥିଲା ଏବଂ ସ୍ଥାନୀୟ ସମୟ ରାତି 8.12 ଥିଲା, ଅର୍ଥାତ୍ ଭାରତରେ ସନ୍ଧ୍ୟା 7.57 । ଚଳିତ ସପ୍ତାହ ପ୍ରାରମ୍ଭରେ ଦିଲ୍ଲୀ ଏବଂ ଉତ୍ତର ଭାରତର ଅନ୍ୟ ଭାଗରେ ଅନୁଭୂତ ଭୂକମ୍ପର ତୀବ୍ରତା ଠାରୁ ଏହା କମ୍ ଥିଲା । ଗଭୀରତା ପୁନର୍ବାର ପୃଥିବୀ ପୃଷ୍ଠରୁ 10 କିଲୋମିଟର ତଳେ ଥିଲା ।

ହରିୟାଣା ଏବଂ ୟୁପି ଏବଂ ଉତ୍ତରାଖଣ୍ଡର ଅନ୍ୟାନ୍ୟ ଅଞ୍ଚଳ ବ୍ୟତୀତ ନୋଏଡା ଏବଂ ଗୁରୁଗ୍ରାମରୁ ଆଜି କମ୍ପନ ହୋଇଥିବା ସୂଚନା ମିଳିଛି। ଲୋକମାନେ ଟ୍ୱିଟର ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରିଥିଲେ, ଅନେକ ମିମ୍ ମଧ୍ୟ ସେୟାର କରିଥିଲେ ।

ଏହା ପୂର୍ବରୁ ମଙ୍ଗଳବାର ରାତିରେ ନେପାଳରେ 6.3 ତୀବ୍ରତାର ଭୂକମ୍ପ ଘଟିବା ପରେ ଦିନ ପ୍ରାୟ 2ଟା ସମୟରେ ଦିଲ୍ଲୀରେ ପ୍ରବଳ କମ୍ପନ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ଅନୁଯାୟୀ ସେହି ଭୂକମ୍ପର ଗଭୀରତା ପ୍ରାୟ 10 କିଲୋମିଟର ଥିଲା । ନେପାଳରେ 6 ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ 8 ଜଣ ଆହତ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+