ଭୂକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୂକମ୍ପ। ଆଜି ଦିନ ପ୍ରାୟ 1.30ଟା ସମୟରେ ଦିଲ୍ଲୀ ଏବଂ ଏହାର ଆଖପାଖ ସହରରେ କମ୍ପନ ଅନୁଭୂତ ହୋଇଥିଲା । ଯାହା ଫଳରେ ଲୋକେ ଘର ଏବଂ ଅଫିସରୁ ବାହାରକୁ ଚାଲିଆସିଥିଲେ ।

ବିଭାଗୀୟ ସୂଚନା ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳୀ ଜାମ୍ମୁ-କାଶ୍ମୀର କିଶତବାଡରୁ 30 କିଲୋମିଟର ଦକ୍ଷିଣ-ପୂର୍ବରେ ଅଟେ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.7 ରହିଥିଲା । ପ୍ରାୟ 10 ସେକେଣ୍ତ ପର୍ଯ୍ୟନ୍ତ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ।
ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ମୋହାଲି, ପଞ୍ଚକୂଳ, ଜାମ୍ମୁ-କାଶ୍ମୀରରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.7 ଥିଲା ବୋଲି ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି ।
ହରିୟାଣା ଏବଂ ୟୁପି ଏବଂ ଉତ୍ତରାଖଣ୍ଡର ଅନ୍ୟାନ୍ୟ ଅଞ୍ଚଳ ବ୍ୟତୀତ ନୋଏଡା ଏବଂ ଗୁରୁଗ୍ରାମରୁ ଆଜି କମ୍ପନ ହୋଇଥିବା ସୂଚନା ମିଳିଛି। ଲୋକମାନେ ମଧ୍ୟ ଟ୍ୱିଟର ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତୁରନ୍ତ ଏନେଇ ସୂଚନା ଦେଇଛନ୍ତି ।












Click it and Unblock the Notifications