ମୃଦୁ ଭୂକମ୍ପରେ ଥରିଲା ମହାରାଷ୍ଟ୍ର, ରିକ୍ଟର ସ୍କେଲରେ ତୀବ୍ରତା ୩.୮

ମୁମ୍ବାଇ: ମୃଦୁ ଭୂମିକମ୍ପରେ ଥରିଲା ମହାରାଷ୍ଟ୍ର । ସକାଳୁ ସକାଳ ମହାରାଷ୍ଟ୍ରରେ ଭୂମିକମ୍ପ ଝଟକା । ମହାରାଷ୍ଟ୍ରର ନାନ୍ଦେଡ଼ ଜିଲ୍ଲାରେ ମଙ୍ଗଳବାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ନାନ୍ଦେଡ଼ର ଉତ୍ତର ସହର, ହଦଗାଁ ଏବଂ ଅର୍ଧାପୁର ତାଲୁକାର କିଛି ଭାଗରେ ଭୂମିକମ୍ପ ଝଟକା ଅନୁଭବ କରାଯାଇଛି । ସକାଳ ୬ଟା ୫୨ ମିନିଟରେ ଭୂମିକମ୍ପ ଆସିଥିଲା । ଯଦିଓ ଏହାର ତୀବ୍ରତା କମ୍ ଥିଲା । ତେଣୁ କୌଣସି ବି ପ୍ରକାର କ୍ଷୟକ୍ଷତି ଘଟିନାହିଁ ।

earthquake

ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୮ ମପାଯାଇଛି । ଏହାର କେନ୍ଦ୍ରସ୍ଥଳ ନାନ୍ଦେଡ଼ ସହରଠାରୁ ୨୯ କିଲୋମିଟର ଉତ୍ତର-ପୂର୍ବରେ ହଦଗାଁ ତାଲୁକାର ସାୱରଗାଁ ଗ୍ରାମରେ ଥିଲା । ତେବେ ଏହି ଝଟକାରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ରର ଅଧିକାରୀ କିଶୋର କୁରହେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+