ଲଦାଖରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲ୍ ରେ ତୀବ୍ରତା ୪.୩
ଲେହ: ବୁଧବାର ଅପରାହ୍ନ ପ୍ରାୟ ୪ଟାରେ ଲଦାଖରେ ଭୂମିକମ୍ପର ଝଟକା ଅନୁଭୂତ ହେବା ପରେ ଏହି ଅଞ୍ଚଳର ଲୋକଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା। ରିକ୍ଟର ସ୍କେଲ୍ ରେ ଏହାର ତୀବ୍ରତା ୪.୩ ରହିଛି । ତେବେ ଭୂମିକମ୍ପର ତୀବ୍ରତା କମ୍ ଥିବାରୁ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନାହିଁ।
ଲଦାଖ ଭଳି ସମ୍ବେଦନଶୀଳ ଭୌଗୋଳିକ ଅଞ୍ଚଳରେ ଭୂମିକମ୍ପ ନୂଆ କଥା ନୁହେଁ। ଏହି ଅଞ୍ଚଳ ହିମାଳୟ ଟେକ୍ଟୋନିକ୍ ପ୍ଲେଟରେ ଅବସ୍ଥିତ, ଯେଉଁଠାରେ ପ୍ରାୟତଃ ସାମାନ୍ୟ ଏବଂ ମଧ୍ୟମ ଧରଣର ଭୂମିକମ୍ପ ରେକର୍ଡ କରାଯାଏ । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି (ଏନସିଏସ) କହିଛି ଯେ ରିକ୍ଟର ସ୍କେଲରେ ଭୂମିକମ୍ପର ରହିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଲେହ-ଲଦାଖ ଅଞ୍ଚଳରେ ୧୦ କିଲୋମିଟର ଗଭୀରତାରେ ଥିଲା। ଅପରାହ୍ନ ୪ଟା ୨୩ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା।

ଭୂକମ୍ପର କେନ୍ଦ୍ରସ୍ଥଳ ଲେହ-ଲଦାଖ ଅଞ୍ଚଳରେ ୧୦ କିଲୋମିଟର ଗଭୀରତାରେ ଥିଲା । ଲଦାଖରେ ଭୂମିକମ୍ପର ଝଟକା ଅନୁଭୂତ ହେବା ପରେ ଏହି ଅଞ୍ଚଳର ଲୋକଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା । ସମସ୍ତେ ନିଜ ନିଜ ଘରୁ ଖୋଲା ସ୍ଥାନାକୁ ଚାଲି ଆସିଥିଲେ । ସୂଚନାଯୋଗ୍ୟ, ୫ରୁ ୫.୯ ତୀବ୍ରତାର ଭୂମିକମ୍ପକୁ ମଧ୍ୟମ ଧରଣର ମାନ୍ୟତା ଦିଆଯାଇଛି । ଏଗୁଡ଼ିକ ବେଳେବେଳେ କ୍ଷୟକ୍ଷତି ଘଟାଇପାରେ । ୬ରୁ ଅଧିକ ତୀବ୍ରତାର ଭୂମିକମ୍ପ କ୍ଷୟକ୍ଷତି କରିଥାଏ । ଲାଖରେ ବର୍ଷକୁ ୮ ହଜାରରୁ ଅଧିକ ଥର ଏଭଳି ଭୂମିକମ୍ପ ରେକର୍ଡ କରାଯାଇଥାଏ ।












Click it and Unblock the Notifications