ଜମ୍ମୁ ଓ କାଶ୍ମୀରରେ ଭୂକମ୍ପ ଝଟକା : ରିକ୍ଟର ସ୍କେଲରେ ତୀବ୍ରତା ୪.୨

ଜମ୍ମୁ ଓ କାଶ୍ମୀରରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ କରାଯାଇଛି। ଭୂମିକମ୍ପର ଝଟକା ଅଞ୍ଚଳର ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା ​​। ଫଳରେ ଅନେକ ଲୋକ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ। ରବିବାର ରାତି ୧ ଟା ୨୫ ମିନିଟରେ ଭୂମିକମ୍ପ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ପୃଷ୍ଠରୁ ୫ କିଲୋମିଟର ଗଭୀରତାରେ ଥିବା ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ।

Earthquake

ବର୍ତ୍ତମାନ୍ ପର୍ଯ୍ୟନ୍ତ ମୃତାହତ କିମ୍ବା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି। ସୂଚନାଯୋଗ୍ୟ ପୂର୍ବରୁ ପଶ୍ଚିମବଙ୍ଗର କୋଲକାତାରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୫.୪ ଥିଲା । କୋଲାକାତା ସମେତ ଅନ୍ୟାନ୍ୟ ଆଖପାଖ ଅଞ୍ଚଳରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହା ଅପରାହ୍ନ ୧ଟା ୨୦ ମିନିଟ୍ ସମୟରେ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶରେ ଥିଲା ବୋଲି କୌଣସି ଏକ ସୂତ୍ରରୁ ପ୍ରକାଶ ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+