ଭୂମିକମ୍ପ ଝଟକା ଥରିଲା ଝାଡଖଣ୍ଡ, ଲୋକ ଭୟଭୀତ

ଝାଡଖଣ୍ଡର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ ହୋଇଛି । ରାଜଧାନୀ ରାଞ୍ଚି ଏବଂ ଜାମସେଦପୁରରେ ଏହି କମ୍ପନ ଅନୁଭୂତ ହୋଇଥିଲା। ତେବେ ଏହି ଭୂକମ୍ପରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ । ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ହିସାବ ମିଳିନି ।

earthquake

ଶନିବାର ସକାଳେ ଜାମସେଦପୁରର କିଛି ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା । ରାଞ୍ଚିର ତାମାଡରେ ମଧ୍ୟ ଏହି କମ୍ପନ ଅନୁଭୂତ ହୋଇଥିଲା । ଶନିବାର ସକାଳେ ଘଟିଥିବା ଭୂକମ୍ପରେ ପୃଥିବୀ ପ୍ରାୟ ପାଞ୍ଚ ସେକେଣ୍ଡ ପର୍ଯ୍ୟନ୍ତ କମ୍ପନ ଜାରି ରଖିଥିଲା ।

ଚାଇବାସାର ଚକ୍ରଧରପୁରରେ ମଧ୍ୟ ଭୂକମ୍ପକୁ ଭୟ କରି ଲୋକମାନେ ଘରୁ ବାହାରକୁ ଆସିଥିଲେ। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଝାଡଖଣ୍ଡର ଖରସୱାନ ଜିଲ୍ଲା ଠାରୁ ୧୩ କିଲୋମିଟର ଦୂରରେ ଅବସ୍ଥିତ । ଶନିବାର ସକାଳ ୯.୨୦ରେ ଏଠାରେ ଭୂକମ୍ପ ଅନୁଭୂତ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+